ମହାନଦୀ ଡଙ୍ଗା ବୁଡି ଘଟଣାରେ ଓଡିଶା ଓ ଛତିଶଗଡ ସରକାରଙ୍କୁ ରିପୋର୍ଟ ତଲବ : ୬ ସପ୍ତାହରେ ଜବାବ ଦେବାକୁ NHRCଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬।୪: ଝାରସୁଗୁଡ଼ା ମହାନଦୀରେ ଡଙ୍ଗା ବୁଡି ମାମଲାରେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି । ଝାରସୁଗୁଡ଼ା ଏସ୍‌ପି ଏବଂ ଛତିଶଗଡ଼ ରାଇଗଡ ଏସ୍‌ପିଙ୍କୁ ଏନଏଚଆରସି ନୋଟିସ୍ କରିଛନ୍ତି । ୬ ସପ୍ତାହରେ ଜବାବ ଦେବାକୁ ନୋଟିସ୍‌ରେ କୁହାଯାଇଛି । 

ଗତ ୧୯ ତାରିଖରେ ଝାରସୁଗୁଡା ମହାନଦୀରେ ଡଙ୍ଗାବୁଡି ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା । ଝାରସୁଗୁଡ଼ାର ଶରାଧା ଘାଟରୁ ବରଗଡ଼ ଜିଲ୍ଲାର ବନ୍ଧେଇ ପଲ୍ଲୀକୁ ଯାଉଥିଲା ଡଙ୍ଗା । ଏନଏଚଆରସି ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏଥି ପାଇଁ ଏନଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାର ଶୁଣାଣିରେ ଏନଏଚଆରସି ନୋଟିସ୍ ଜାରି କରିଛନ୍ତି ।

You Can Read :

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, 'ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରି ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ'

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.