ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ। ଏହାର ପ୍ରତିଟି ଶବ୍ଦର ଅର୍ଥ ସ୍ବତନ୍ତ୍ର । ବିଶ୍ବ ବିଦ୍ୟାଳୟରର ବିକାଶର ପରିଧି ମଧ୍ୟ ପ୍ରଶଂସା ଯୋଗ୍ୟ। ସୋଆ କ୍ୟାମ୍ପସ-୨ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟନ୍। ଏଥିସହ ଜୀବନର ପ୍ରକୃତ ଅର୍ଥ ଶିକ୍ଷା ସହିତ ଯୋଡ଼ି ହୋଇଥିବା ଛାତ୍ର ଛାତ୍ରୀଙ୍କୁ ବୁଝାଇଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି କେବଳ ପାଠ ପଢ଼ିଲେ ହେବନି ଜୀବନରେ ପ୍ରକୃତ ଶାନ୍ତି ପାଇବାକୁ ହେଲେ ନିଜର ମୂଲ୍ୟବୋଧତାକୁ ମଧ୍ୟ ବୁଝିବା ଜରୁରୀ । ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛ ତେବେ ଜୀବନରେ ପ୍ରକୁତ ଶିକ୍ଷାକୁ ଯୋଡ଼ିବାକୁ ଚେଷ୍ଟା କର ବୋଲି ଆହ୍ବାନ ଦେଇଥିଲେ । ସ୍ବାମୀ ବିବେକାନନ୍ଦଙ୍କ ପ୍ରତିଟି ବାର୍ତ୍ତାକୁ ଛାତ୍ର ଛାତ୍ରୀଙ୍କ ସହ ବାଣ୍ଟି ଥିଲେ। କେବଳ କ୍ୟାରିୟର ପଛରେ ନୁହେଁ ମାନବ କଲ୍ୟାଣ ନିମିତ୍ତ ନିଜ ଜୀବନକୁ ଯୋଡିବା ପାଇଁ ଆହ୍ବାନ ଦେଇଥିଲେ ଜଷ୍ଟିସ।
ସୂଚନାଯୋଗ୍ୟ, ଜଷ୍ଟିସ୍ ରାମସୁବ୍ରମଣ୍ୟନ୍ ୨୦୧୯ରୁ ୨୦୨୩ ସର୍ବୋଚ୍ଚ ଅଦାଲତର ବିଚାରପତି ରହିଥିଲେ। ଏଥିସହ ପୂର୍ବରୁ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ୨୦୦୬ରେ ସେ ମାଡ୍ରାସ୍ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ନିଜ ନିବେଦନକ୍ରମେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଥିଲେ।
ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲଙ୍ଗାନା ଗଠନ ହେବା ପରେ ୨୦୧୯ରେ ରାମସୁବ୍ରମଣ୍ୟନ୍ ତେଲଙ୍ଗାନା ହାଇକୋର୍ଟର ବିଚାରପତି ରହିଥିଲେ। ସ୍କାଇପି’ରେ ମାମଲା ଶୁଣାଣି କରିବାରେ ସେ ପ୍ରଥମ ବିଚାରପତି। ରାମସୁବ୍ରମଣ୍ୟନ୍ଙ୍କ ଖଣ୍ଡପୀଠ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଜୋର୍ ଦେଇଥିଲେ। ସାରା ବିଶ୍ୱରେ ମାନହାନି ମାମଲା ଏକ ଟ୍ରେଣ୍ଡ ହୋଇଯାଇଥିବାରୁ ତାହାକୁ ଅପରାଧମୁକ୍ତ କରାଯିବା ଉଚିତ ବୋଲି ଉକ୍ତ ଖଣ୍ଡପୀଠ କହିଥିଲେ। ଯାହାଙ୍କୁ ଆଜି ଅତିଥି ରୂପେ ପାଇ ବେଶ୍ ଖୁସି ସୋଆ ବିଶ୍ବ ବିଦ୍ୟାଳୟ ବୋଲି କହିଥିଲେ ସୋଆ ଭିସି ।