ନୂଆଦିଲ୍ଲୀ – ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ସ୍ୱାଧୀନତା ଦିବସରେ ଫାଷ୍ଟଟାଗ୍ ଆନୁଆଲ ପାସ୍ ଲଞ୍ଚ କରିଛି ଏବଂ ପ୍ରଥମ ଦିନରୁ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି। ଲଞ୍ଚର ପ୍ରଥମ ଦିନ ହିଁ ୧.୪୦ ଲକ୍ଷରୁ ଅଧିକ ୟୁଜର୍ ପାସ୍ କିଣିଛନ୍ତି ଏବଂ ଆକ୍ଟିଭ୍ କରିଛନ୍ତି। ଅନ୍ୟପଟେ ୧.୩୯ ଲକ୍ଷରୁ ଅଧିକ ଟ୍ରାଜାକ୍ସନ ସାରାଦେଶର ୧,୧୫୦ ଟୋଲ୍ ପ୍ଲାଜାରେ ରେକର୍ଡ କରାଯାଇଛି। ଆସନ୍ତୁ ବିସ୍ତୃତରେ ଏହି ବିଷୟରେ ଜାଣିବା -
FASTag ଆନୁଆଲ୍ ପାସ୍ କଣ ?
ଏହି ନୂଆ ପାସ୍ ବିଶେଷକରି ନନ୍-କମର୍ସିଆଲ ବାହନ ଗୁଡ଼ିକ ପାଇଁ ଅଛି। ଏହାର ସବୁଠୁ ଅଧିକ ବିଶେଷତ୍ୱ ରହିଛି ଯେ, ଏବେ ବାରମ୍ୱାର ଫାଷ୍ଟଟାଗ୍ ରିଚାର୍ଜ କରିବାର ସମସ୍ୟା ଶେଷ ହୋଇଯିବ। ବାସ୍ ୩,୦୦୦ର ୱାନ –ଟାଇମ୍ ପେମେଣ୍ଟ କରିବାକୁ ହେବ ଏବଂ ଏହା ପାସ୍ ପୂରା ବର୍ଷକ ପାଇଁ ବା ୨୦୦ ଟୋଲ୍ ଟ୍ରାଜାକ୍ସନ (ଯାହା ବି ପୂର୍ବରୁ ଥିବ) ଯାଏ ଭାଲିଡ୍ ରହିବ।
ଏହି ବାର୍ଷିକ ପାସ୍କୁ ‘Rajmargyatra App’ ବା NHAI ୱେବସାଇଟ୍ ମାଧ୍ୟମରେ କ୍ରୟ ବା ଆକ୍ଟିଭ୍ କରାଯାଇ ପାରେ। ଆକ୍ଟିଭେସନ କେବଳ ୨ ଘଣ୍ଟାରେ ପୂରା ହୋଇଯାଏ। ଅନ୍ୟପଟେ ୟୁଜରଙ୍କୁ ଏସଏମଏସ୍ ମିଳୁଛି ଯେ , ତାଙ୍କର ଟୋଲ କଟୁ ନାହିଁ। ଅର୍ଥାତ୍ ପାସ୍ ନେବା ପରେ ଜିରୋ ଡିଡକ୍ସନ ହୋଇଥାଏ। ପାଖାପାଖି ୨୦-୨୫ ହଜାର ଲୋକ ଏକା ସାଥିରେ ଆପ୍ରେ ଆକ୍ଟିଭ୍ ହୋଇ ପାସ୍ର ଲାଭ ଉଠାଉଛନ୍ତି।
ଉକ୍ତ ପାସ୍ରେ ଯାତ୍ରୀଙ୍କୁ ବାରମ୍ୱାର ରିଚାର୍ଜର ଟେନସନ ରହିବ ନାହିଁ ଏବଂ ଯାତ୍ରା ପୂରା ସହଜ ରହିବ। ଏହା ବ୍ୟତୀତ ଏହା ଦୀର୍ଘକାଳୀନ ଭାବେ ଫଳପ୍ରଦ ମଧ୍ୟ ସାବ୍ୟସ୍ତ ହେବ।
ପ୍ରତି ଟୋଲ୍ ପ୍ଲାଜାରେ ଏନଏଚଏଆଇ ଅଧିକାରୀ ଓ ନୋଡାଲ ଅଫିସର ମୁତୟନ କରାଯାଇଛି। ଅଭିଯୋଗର ସମାଧାନ ପାଇଁ ୧୦୩୩ଟି ନ୍ୟାସନାଲ ହାଇୱେ ହେଲ୍ପଲାଇନ୍କୁ ଆହୁରି ମଜବୁତ୍ କରାଯିବ, ଯେଉଁଠି ୧୦୦ରୁ ଅଧିକ ନୂଆ ଏକଜିକ୍ୟୁଟିଭ୍ ଯୋଡ଼ି ହୋଇଛନ୍ତି।
ସରକାରଙ୍କ କହିବାନୁସାରେ, ଏହି ପାସ୍ ଯାତ୍ରୀଙ୍କୁ ଭଲ ଓ ସହଜ ଯାତ୍ରାର ଅନୁଭବ ଦେବ। ଏହାସହ ନ୍ୟାସନାଲ ହାଇୱେ ଓ ଏକ୍ସପ୍ରେସୱେରେ ଯାତ୍ରାକୁ ଆହୁରି ମଧ୍ୟ ଫଳପ୍ରଦ ଓ ସୁବିଧାଜନକ କରିବ।