LIVE TV

ବିଶ୍ୱ ମଧୁମେହ ଦିବସରେ ଲୋକଙ୍କୁ ସଚେତନ କଲା ଶୀତଳାପଲ୍ଲୀ ସମ୍ ହସ୍ପିଟାଲ

NEWS7
newborn-girl-rescued-from-dumping-yard-in-jajpur

ବ୍ରହ୍ମପୁର ୧୧: ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ପକ୍ଷରୁ ବିଶ୍ୱ ମଧୁମେହ ଦିବସରେ ଲୋକଙ୍କୁ ସଚେତନ । ବ୍ରହ୍ମପୁର ଗାନ୍ଧୀ ନଗର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ମଧୁମେହ ରୋଗର କିପରି ହେବ ନିରାକରଣ ? କ’ଣ ସବୁ ପାନ୍ଥ ଅବଲମ୍ବନ କରିବେ ? ଏସବୁ ଉପରେ ଲୋକଙ୍କୁ ସଚେତନ କରିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ହସ୍ପିଟାଲର ବହୁ କର୍ମଚାରୀ, ଡାକ୍ତର, ଷ୍ଟାଫ୍ ଏଥିରେ ଯୋଗ ଦେଇ ସଚେତନତା କରିଥିଲେ । ମଧୁମେହ ରୋଗୀ ଜୀବନଶୈଳୀରେ ପରିବର୍ତ୍ତନ ସହ ଖାଦ୍ୟ ପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି ।

ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରି ରାମଲିଙ୍ଗେଶ୍ୱର ପାର୍କ ନିକଟରେ ପହଞ୍ଚିଥିଲା । ଏଠାରେ ସ୍ୱାସ୍ଥ୍ୟ ଚେକଅପ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।  ବହୁ ସଂଖ୍ୟାରେ ଯୋଗ ଦେଇ ସହରବାସୀ ସ୍ୱାସ୍ଥ୍ୟ ଚେକଅପ୍ କରିଥିଲେ । ସୁଗାର, ରକ୍ତଚାପ ଭଳି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମଧୁମେହ ରୋଗ ପ୍ରାୟତଃ ସମସ୍ତଙ୍କୁ ଆକ୍ରାନ୍ତ କରିଥିବା ବେଳେ ସମ୍ ହସ୍ପିଟାଲର ଏଭଳି ନିଆରା ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।