ଭୁବନେଶ୍ବରରେ ହେବ ନୂଆ ବିଶ୍ବସ୍ତରୀୟ ଷ୍ଟାଡିୟମ, ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା

Published By : Prameya-News7 Bureau | August 10, 2025 IST

ଭୁବନେଶ୍ବର: ଭୁବନେଶ୍ବରରେ ତିଆରି ହେବ ନୂଆ ବିଶ୍ବସ୍ତରୀୟ ଷ୍ଟାଡିୟମ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧ ହଜାର କୋଟି ଟଙ୍କା। ରବିବାର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଆଥଲେଟିକ କଣ୍ଟିନେଟଲ ଟୁର ବ୍ରୋଞ୍ଚ ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ୧୪ଟି ବ୍ଲକରେ ଉଚ୍ଚମାନର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏନେଇ ବଜେଟରେ ୪୧୨୪ କୋଟି ଟଙ୍କା ଅଟକଳ କରାଯାଇଛି। 

ସେହିଭଳି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶା ପାଇଁ ଏକ ଗୌରବର ଦିନ। କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଆଥଲେଟିକ କଣ୍ଟିନେଟଲ ଟୁର ବ୍ରୋଞ୍ଚ ପ୍ରତିଯୋଗିତା ଆୟୋଜନ କରିବା ଆମ ପାଇଁ ଗୌରବର କଥା। କଳିଙ୍ଗ ଷ୍ଟାଡିୟମରେ ଦୁଇ ଦୁଇ ଥର ହକି ବିଶ୍ୱକପ ସଫଳତାର ସହ ଆୟୋଜନ କରିଛୁ। ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମିକୁ ଅଧିକ ମଜଭୁତ କରିବାକୁ ଆମେ ସଂକଳ୍ପବଦ୍ଧ। ବିଶ୍ୱ ଅଥଲେଟିକ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଚ ପ୍ରତିଯୋଗିତା ପାରେ ସ୍ଵର୍ଣ୍ଣ ପ୍ରତିଯୋଗିତା ଆୟୋଜନ କରିବାକୁ ଆମକୁ ସୁଯୋଗ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.