ଅଟୋ ଏକ୍ସପୋ ୨୦୨୫: ଲଞ୍ଚ ହେଲା ନୂଆ ସୁଜୁକୀ ଆକ୍ସେସ ଓ Gixxer SF 250

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ଲଞ୍ଚ ହେଲା ନୂଆ ସୁଜୁକୀ ଆକ୍ସେସ ଓ ଜିକ୍ସର ଏସଏଫ୍‌ ୨୫୦ । ଦିଲ୍ଲୀରେ ଚାଲିଥିବା ଅଟୋ ଏକ୍ସପୋ ୨୦୨୫ରେ, Access Scooters ଏବଂ Gixxer ବାଇକ୍‌ର ନୂଆ ଫ୍ଲେକ୍ସ ଫୁଏଲ ମଡେଲ ଲଞ୍ଚ କରିଛି ସୁଜୁକୀ ମୋଟରସାଇକେଲ ଇଣ୍ଡିଆ । ଆକ୍ସେସ ସ୍କୁଟରର ବେସ୍‌ ଭାରିଆଣ୍ଟର ଦାମ୍‌ ୮୧ ହଜାର ୭୦୦ ଟଙ୍କା (ଏକ୍ସ ଶୋରୁମ) ରହିଥିବାବେଳେ ଏହାର ଟପ୍‌ ମଡେଲର ଦାମ୍ ୯୩ ହଜାର ୩୦୦ ଟଙ୍କା (ଏକ୍ସ ଶୋରୁମ) ରହିଛି।

ଆକ୍ସେସର ନୂଆ ମଡେଲରେ ୧୨୫ ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଏହି ଇଞ୍ଜିନ ୮.୩ ବିଏଚପିର ପାଓ୍ବାର ଏବଂ ୧୦.୨ Nm ଟର୍କ ଜେନେରେଟ କରିଥାଏ। କୁହାଯାଉଛି ଏହି ଇଞ୍ଜିନରେ ଏବେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ମାଇଲେଜ ମିଳିବ। ଫିଚର୍ସ କଥା କହିଲେ ସୁଜୁକୀ ଆକ୍ସେସ ୧୨୫ରେ ବ୍ଲୁଟୁଥ୍‌ ସପୋର୍ଟ ଥିବା ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି।

ସେହିଭଳି କମ୍ପାନି ପ୍ରଥମ ଫ୍ଲେକ୍ସ ଫୁଏଲ ପରିଚାଳିତ ମୋଟରସାଇକେଲ Gixxer SF 250କୁ ମଧ୍ୟ ଲଞ୍ଚ କରିଛି। ବାଇକ୍‌ର ଦାମ୍‌ ୨ ଲକ୍ଷ ୧୬ ହଜାର ୫୦୦ ଟଙ୍କା (ଏକ୍ସ ସୋରୁମ) ରହିଥିବାବେଳେ ଷ୍ଟାଣ୍ଡାର୍ଡ ଭାରିଆଣ୍ଟ ତୁଳନାରେ ଫ୍ଲେକ୍ସ ଫୁଏଲ ମଡେଲ ୨୫ ହଜାର ଟଙ୍କା ମହଙ୍ଗା ରହିବ। 

ଇଞ୍ଜିନ ଏବଂ କଲର ଅପ୍ସନ

Gixxer SF 250 Flex Fuel ଭାରିଆଣ୍ଟରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲର ବ୍ୟବହାର କରାଯାଇପାରିବ। ଏଥିପାଇଁ କମ୍ପାନି ମୋଡିଫାୟର ଇଞ୍ଜେକ୍ଟର, ଫୁଏଲ ଫିଲ୍ଟର ଏବଂ ଫୁଏଲ ପମ୍ପରେ ମଧ୍ୟ ଅପଗ୍ରେଡ କରିଛି। ଇଞ୍ଜିନରେ Gixxer SF 250 Flex Fuel ମଡେଲ ୯୩୦୦ ଆରପିଏମରେ ୨୭ ବିଏଚପି ପାଓ୍ବାର ଏବଂ ୭୩୦୦ଆରପିଏମରେ ୨୩ଏନଏମ ଟର୍କ ଜେନେରେଟ କରିଥାଏ। ଏହି ବାଇକ୍‌ରେ ୬ ସ୍ପିଡ୍‌ ଗିୟରବକ୍ସ ରହିଛି। ବାଇକକୁ ଦୁଇଟି କଲର ଅପ୍ସନ ମ୍ୟାଟ୍ ବ୍ଲାକ୍ ଏବଂ ମ୍ୟାଟ୍‌ ରେଡ୍‌ରେ କିଣିପାରିବେ ଗ୍ରାହକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.