ପୁରୀ ୭।୬: ରଥ ଉପକରଣ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଲା ନୂଆ ଏସ୍ଓପି । ଉଚ୍ଚା ଦର ଯୋଗୁ ବିକ୍ରି ହୋଇନପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷ ମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ । ସେପଟେ ୨୦୨୫ ରଥ ଉପକରଣ ବିକ୍ରି ନିମନ୍ତେ ନୂଆ ଏସ୍ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିସହ ନୂଆ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି । ବଡ଼ ଠାକୁରଙ୍କ ତାଳଧ୍ଵଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି ।
ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରହିଛି । ପ୍ରଭା ପିଛ ଦାମ୍ ୨୫ ହଜାର ଟଙ୍କା ରହିଛି । ତେବେ ପ୍ରତ୍ୟେକ ରଥର ଗୋଟାଏ ଲେଖାଏଁ ଚକ କିଣିଲେ ଦାମ୍ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଆବେଦନକାରୀ ନିର୍ଦ୍ଧାରିତ ଫି’ ଦେଇ ଆବେଦନ କରିବା ପରେ ଏହା ଉପରେ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ଆବେଦନର ଶେଷ ତାରିଖ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରହିଛି ।
You Can Read:
ଭଦ୍ରକରେ ଧୁମ୍ଧାମ୍ରେ ପାଳିତ ହୋଇଛି ଇଦ୍-ଉଲ୍-ଜୁହା, ସରିଲା ସାମୁହିକ ନମାଜ ପାଠ