ବାଲିଯାତ୍ରା ୨୦୨୫
LIVE TV

Yamaha FZ Rave ଏବଂ Yamaha XSR 155 ଲଞ୍ଚ: ଗ୍ରାହକଙ୍କୁ ଆକୃଷ୍ଟ କରିବ କ୍ଲାସିକ ଲୁକ୍ ଓ ସେଫ୍‌ଟି ଫିଚର୍ସ

NEWS7
new-pension-scheme-for-couple-will-get-72-thousand-pension

ନୂଆଦିଲ୍ଲୀ: ଲୋକପ୍ରିୟ ବାଇକ କମ୍ପାନି ୟାମାହା ଭାରତରେ ଏହାର ଦୁଇଟି ନୂଆ ବାଇକ୍ ଲଞ୍ଚ କରିଛି। ବୁଧବାର କମ୍ପାନି Yamaha FZ Rave ଏବଂ Yamaha XSR 155 ବାଇକ୍ ଲଞ୍ଚ କରିଛି।  FZ Rave କମ୍ପାନିର ଲୋକପ୍ରିୟ FZ ସିରିଜ୍ ଅଂଶ ହୋଇଥିବାବେଳେ, ବହୁ ପ୍ରତୀକ୍ଷିତ Yamaha XSR 155 ଏବେ ବଜାରକୁ ଓହ୍ଲାଇଛି। XSR 155 ନିଓ-ରେଟ୍ରୋ ସେଗମେଣ୍ଟରେ ରହିଛି। ଏହି ବାଇକ, ପୁରୁଣା କ୍ଲାସିକ୍ ଲୁକ୍ ସହ ମଡର୍ଣ୍ଣ ଫରଫରମାନ୍ସ ଚାହୁଥିବା ରାଇଡର୍ସଙ୍କୁ ବେଶ୍ ପସନ୍ଦ ଆସିବ। ଜାଣନ୍ତ କ’ଣ ରହିଛି ଏହି ଦୁଇ ବାଇକ୍ର ଫିଚର୍ସ ଓ ଦାମ୍...

Yamaha XSR 155 ବାଇକ୍ ଲଞ୍ଚ

କ୍ଲାସିକ୍ ଲୁକ୍ ଓ ମଡର୍ଣ୍ଣ ଫିଚର୍ସ ସହ ମାର୍କେଟକୁ ଆସିଲା ୟାମାହାର ବହୁ ପ୍ରତୀକ୍ଷିତ ବାଇକ୍ XSR 155। କମ୍ୟୁଟର ସେଗମେଣ୍ଟରେ ଲଞ୍ଚ ହୋଇଥିଲେ ବି ବାଇକ୍ର କ୍ଲାସିକ ଲୁକ୍ ଓ ମଡର୍ଣ୍ଣ ଫିଚର୍ସ ଏବଂ ଦମଦାର ଇଞ୍ଜିନ ଯୁବ ବର୍ଗ ନିଶ୍ଚୟ ଆକୃଷ୍ଟ କରିବ।

ବାଇକର ଫିଚର୍ସ କଥା କହିଲେ ଏଥିରେ ରହିଛି, ରେଟ୍ରୋ ଷ୍ଟାଇଲ ଗୋଲ୍ ହେଡଲ୍ୟାମ୍ପ, ଟିୟରଡ୍ରପ୍- ଷ୍ଟାଇଲ ଫୁଏଲ ଟ୍ୟାଙ୍କ ଏବଂ ଫ୍ଲାଟ ସିଙ୍ଗିଲ ପିସ୍ ସିଟ୍। ବାଇକରେ ୟୁଏସଡି ଫୋର୍କ, ମନୋସକ ସସପେନସନ ଡୁଆଲ ଚ୍ୟାନେଲ ଏବିଏସ ଏବଂ ଟ୍ରାକ୍ସନ କଣ୍ଟ୍ରୋଲ ଷ୍ଟାଣ୍ଡାର୍ଡ ରହିଛି। ଏହା ସହ ଏଥିରେ ୧୦ ଲିଟରର ଫୁଏଲ ଟ୍ୟାଙ୍କ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏଲଇଡି ଲାଇଟିଂ ଭଳି ଅନେକ ଫିଚର୍ସ ରହିଛି। 

ଏଥିରେ ରହିଛି ୧୫୫ ସିସିର ଲିକ୍ବିଡ କୁଲ୍ଡ ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ। ଏହି ଇଞ୍ଜିନ ୧୦ ହଜାର ଆରପିଏମରେ ୧୮.୧ ବିଏଚପି ପାଓ୍ବାର ଏବଂ ୮, ୫୦୦ ଆରପିଏମରେ ୧୪.୨ ଏନଏମ ଟର୍କ ଉତ୍ପନ୍ନ କରିଥାଏ। ଇଞ୍ଜିନରେ ୬ ସ୍ପିଡ ଗିୟରବକ୍ସ ରହିଛି। Yamaha XSR 155 ଏକ୍ସ ଶୋରୁମ୍ ମୂଲ୍ୟ ୧.୫୦ ଲକ୍ଷ ଟଙ୍କା ରହିଛି।

FZ Raveର ଫିଚର୍ସ

FZ Raveରେ ମଧ୍ୟ ରହିଛି ଆକର୍ଷଣୀୟ ଲୁକ୍ ଓ ଡିଜାଇନ୍। ଏଥିରେ ଆଗ୍ରେସିଭ ଫୁଲ୍-ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ୍, ଇଣ୍ଟିଗ୍ରେଟେଡ ପୋଜିସନ ଲାଇଟ୍, ମସ୍କୁଲାର ଫ୍ୟୁଲ ଟ୍ୟାଙ୍କ ଏବଂ ସ୍ଲିକ ଟେଲ ସେକ୍ସନ। ଏଥିରେ ସିଙ୍ଗିଲ ପିସ ସିଟ୍ ରହିଛି। ସେହିଭଳି ଅନେକ ଆଧୁନିକ ଫିଚର୍ସ ରହିଛି ଏହି ବାଇକରେ। ଏହା ଦୁଇଟି କଲର ମ୍ୟାଟ ଟାଇଟନ ଏବଂ ମେଟାଲିକ୍ ବ୍ଲାକ୍ କଲରରେ ଉପଲବ୍ଧ।

କମ୍ପାନି ଏହି ବାଇକରେ ୧୪୯ ସିସିର ଏୟାର-କୁଲ୍ଡ ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ଦେଇଛି। ଯାହା ୭,୨୫୦ rpmରେ 12.4 psର ପାଓ୍ବାର ଏବଂ ୫୫୦୦ rpmରେ ୧୩.୩ nm ଟର୍କ ଜେନେରେଟ କରିଥାଏ। ଇଞ୍ଜିନକୁ ୫ ସ୍ପିଡ ଟ୍ରାନ୍ସମିଶନ ସହ ଯୋଡ଼ାଯାଇଛି।

ସୁରକ୍ଷା ଦୃଷ୍ଟିରୁ ମୋଟରସାଇକେଲରେ ସିଙ୍ଗିଲ ଚ୍ୟାନେଲ ଏବିଏସ ସହ ହାଇଡ୍ରୋଲିକ୍ ସିଙ୍ଗିଲ ଡିସ୍କ ବ୍ରେ୍ ଦିଆଯାଇଛି। ଏଥିରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଏଲଇଡି ଲାଇଟିଂ ମଧ୍ୟ ଦିଆଯାଇଛି। FZ-Raveର ଏକ୍ସ ଶୋ’ରୁମ ମୂଲ୍ୟ ୧,୧୭, ୨୧୮ ଟଙ୍କାରୁ ଆରମ୍ଭ ହେଉଛି।