Iran War: ଇରାନ୍ ଯୁଦ୍ଧ ମଧ୍ୟରେ କାହିଁକି ସାଉଦି ଆରବ ଗସ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ?

NEWS7
new-odisha-party-formed-after-pranay-sahu-resigned-from-congress

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର ଦିନ ସାଉଦି ଆରବ ଗସ୍ତ କରିଛନ୍ତି । ସାଉଦି ଆରବ ସହିତ ପ୍ରତିରକ୍ଷା ଚୁକ୍ତିନାମା ଯୋଗୁଁ ପାକିସ୍ତାନର ଭୂମିକା ଉପରେ ନଜର ରହିଛି। ଗତ ସେପ୍ଟେମ୍ବରରେ ଦୁଇ ଦେଶ ଏକ ପାରଷ୍ପରିକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ତୃତୀୟ ଦେଶ ଦ୍ୱାରା ଆକ୍ରମଣ ହେଲେ ପରସ୍ପରକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପାକିସ୍ତାନ ଏବଂ ସାଉଦି ଆରବ। ଇସ୍ରାଏଲ କାତାରରେ ହମାସ ନେତାମାନଙ୍କ ଉପରେ ଆକ୍ରମଣ କରିବା ପରେ ଏହି ଚୁକ୍ତି ହୋଇଥିଲା। ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସାଉଦି ଆରବ ଉପରେ ଆକ୍ରମଣ କରିଥିଲା ତେହେରାନ । ଏହି ସମୟରେ ପାକିସ୍ତାନର ନୀରବତାକୁ ନେଇ ଦୁଇ ଦେଶର ସମ୍ପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read: ମଧ୍ୟପ୍ରାଚ୍ୟ ସଂଘର୍ଷ ଭିତରେ ୟୁଏଇ ଛାଡୁଛନ୍ତି ଲୋକେ, ହେଲେ ଛାଡିଯାଉଛନ୍ତି ନୀରିହ ପ୍ରାଣୀ

ପାକିସ୍ତାନ କେବଳ ସାନ୍ତ୍ୱନା ଦେଉଛି
ସାଉଦି ଆରବ ସହ ଚୁକ୍ତି କରିଥିଲା ପାକିସ୍ତାନ । କିନ୍ତୁ ପାକିସ୍ତାନ ଉପରେ ତାଲିବାନ ଆକ୍ରମଣ କଲା ବେଳେ ନିରବ ଥିଲା ସାଉଦି ଆରବ । ଠିକ ସେହିଭଳି ସାଉଦି ଆରବ ଉପରେ ଇରାନର ଆକ୍ରମଣ ବେଳେ ମଧ୍ୟ ବିଶେଷ କିଛି କହିନଥିଲା ପାକିସ୍ତାନ । ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସାଉଦି ଆରବ ଗସ୍ତ କରି ସଂପର୍କ ସୁଧାରିବାକୁ ଚେଷ୍ଟା କରୁଥିବା କୁହାଯାଉଛି । ଏହା ପୂର୍ବରୁ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ସାଉଦି ଗସ୍ତ କରିଥିଲେ । ପିଏମ ସରିଫଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ବ୍ୟାପାର ମୁଖପାତ୍ର ମୋଶାରଫ ଜୈଦି କହିଥିଲେ, ଯେତେବେଳେ ଆବଶ୍ୟକ ହେବ ସାଉଦି ଆରବ ପାଇଁ ଛିଡ଼ା ହେବ ପାକିସ୍ତାନ । ସେପଟେ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପିଏମ ସରିଫ ସାଉଦି ଆରବ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସାଉଦି ଯୁବରାଜଙ୍କୁ ଭେଟିବେ ସରିଫ୍
ପିଏମଓ ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ସାଉଦି ଯୁବରାଜଙ୍କୁ ଭେଟିବେ । ସେମାନେ ଏହି ଅଞ୍ଚଳରେ ଚାଲିଥିବା ଉତ୍ତେଜନା, ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବେ। ଏହି ଗସ୍ତ କୂଟନୈତିକ କ୍ଷେତ୍ରରେ ପାକିସ୍ତାନର ସକାରାତ୍ମକ ଭୂମିକାକୁ ଦର୍ଶାଉଛି । ପାକିସ୍ତାନ ଏହି ଭୂମିକା ନିର୍ବାହ କରିଚାଲିବ। ତେବେ ଶାହବାଜ ସରିଫ ସାଉଦି ଆରବକୁ ଏକ ଦିବସୀୟ ଗସ୍ତ କରିଛନ୍ତି ।

ଇସାକ ଦାର ବି ଯାଇଛନ୍ତି
ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ହୁସେନ କହିଛନ୍ତି ଯେ, ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାଉଦି ଆରବ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ହେବ । ମାର୍ଚ୍ଚ ୭ ତାରିଖରେ ପାକିସ୍ତାନର ସିଡିଏଫ ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ଗସ୍ତ ପରେ ଏହା ସାଉଦି ଆରବକୁ ଦ୍ୱିତୀୟ ଉଚ୍ଚସ୍ତରୀୟ ଗସ୍ତ