LIVE TV

ନେପାଳରେ ତ୍ରିରଙ୍ଗା ଉଡ଼ାଇଲେ ପାକିସ୍ତାନୀ ରାପର: ସମାଲୋଚନା ପରେ କହିଲେ, ଆହୁରି ଉଡ଼ାଇବି

NEWS7
new-mutations-of-the-corona-virus-speed-spreading-in-uk

କାଠମାଣ୍ଡୁ:ପାକିସ୍ତାନୀ ରାପର ତହ୍ଲା ଅଞ୍ଜୁମ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ। ଏହି ସପ୍ତାହ ତଳେ ଅଞ୍ଜୁମ ନେପାଳରେ ଏକ ମ୍ୟୁଜିକ ଶୋ କରିଥିଲେ। ଯେଉଁଠି ସେ ରାପ୍ କରୁଥିବା ବେଳେ ଭାରତୀୟ ପତାକା ଉଡ଼ାଇବା ସହିତ ତ୍ରିରଙ୍ଗାକୁ ଘୋଡ଼ାଇ ହୋଇପଡ଼ିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏକ ନୂଆତର୍କ ଆରମ୍ଭ କରି ଦେଇଛି।

ପାକିସ୍ତାନ ଗଣମାଧ୍ୟମଦ ଡନ’ର ରିପୋର୍ଟ ଅନୁସାରେ, ଅଞ୍ଜୁମ ଭାରତୀୟ ରାପର୍ ନେଜିଙ୍କ ଉଦ୍ଦେଶ୍ୟରେ ତାଙ୍କର ସଂଗୀତ କୌନ୍ ତଲହା ପରିବେଷଣ କରୁଥିଲେ। ଏହି ସମୟରେ ଭିଡ଼ ମଧ୍ୟରୁ କେହି ଜଣେ ତାଙ୍କ ଆଡ଼କୁ ଭାରତୀୟ ତ୍ରିରଙ୍ଗା ଫିଙ୍ଗିଥିଲେ। ଏହାପରେ ସେ ତ୍ରିରଙ୍ଗା ପତାକାକୁ ଧରି ପକାଇବା ସହ ଏହାକୁ ହାତରେ ଉଡ଼ାଇଥିଲେ ଏବଂ ଦେହରେ ଘୋଡ଼ାଇ ହୋଇପଡ଼ିଥିଲେ।

ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଞ୍ଜୁମଙ୍କୁ ପାକିସ୍ତାନରେ ସମାଲୋଚନା କରାଯାଇଥିଲା। ସୋସିଆଲ୍ ମିଡିଆରେ ସମାଲୋଚନାର ଶିକାର ହେବା ପରେ ଅଞ୍ଜୁମ ସ୍ପଷ୍ଟୀକରଣ ଦେଇଛନ୍ତି।

ସେ କହିଛନ୍ତିମୋ ହୃଦୟରେ ଘୃଣା ପାଇଁ କୌଣସି ସ୍ଥାନ ନାହିଁ। ମୋ କଳାର କୌଣସି ସୀମା ସରହଦ ନାହିଁ। ଯଦି ମୋର ଭାରତୀୟ ପତାକା ଉଡ଼ାଇବା ବିବାଦ ହେଲା ତେବେ ବେସ୍ ହେଇଛି ମୁଁ ଆହୁରି ଉଡ଼ାଇବି। ମୁଁ କେବେ ଗଣମାଧ୍ୟମର ପ୍ରଚାର ଓଯୁଦ୍ଧପ୍ରିୟ ସରକାରଙ୍କରପ୍ରଚାରକୁ ଖାତିର କରେ ନାହିଁ।ଉର୍ଦ୍ଦୁ ରାପ୍ ସର୍ବଦା ସୀମାହୀନ ଏବଂ ରହିବ।

ଭିଡିଓଟି ଭାଇରାଲ ହେବା ମାତ୍ରେ,ଅଞ୍ଜୁମଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡିଲା। ଜଣେ ପାକିସ୍ତାନୀୟୁଜର ତାଙ୍କୁ ସମାଲୋଚନା କରି ଲେଖିଥିଲେ “ନେପାଳର ଏକ କନସର୍ଟରେ ତଲହା ଅଞ୍ଜୁମ ଭାରତୀୟ ପତାକା ଉଡ଼ାଛନ୍ତି,ଯେତେବେଳେକିଭାରତ ତାଙ୍କସ୍ପଟିଫାଇ ଏବଂ ସମ୍ଭବତଃ ତାଙ୍କ ୟୁଟ୍ୟୁବକୁଚ୍ୟାନେଲ୍କୁ ବନ୍ଦ କରି ଦେଇଛି।ଏହା ଆମ ନିଜ ଜାତୀୟତା ଭାବଅବକ୍ଷୟର ଏକ ଦୁଃଖଦସଂକେତ। କୌଣସି ଗର୍ବ ନାହିଁ,କୌଣସି ମର୍ଯ୍ୟାଦା ନାହିଁ... କେବଳ କଳାକାରମାନେ ସେମାନଙ୍କଠାରୁ ପ୍ରଶଂସା ପାଇବାକୁ ଆଗ୍ରହୀ ଯେଉଁମାନେ ସେମାନଙ୍କୁ ବନ୍ଦକରିଛନ୍ତି

ଅନ୍ୟପଟେ ଜଣେ ଭାରତୀୟ ୟୁଜର ଅଞ୍ଜୁମଙ୍କ ବିଚାରକୁ ପ୍ରଶଂସା କରିଛନ୍ତି। ଭାରତର ଭଲପଣ ସବୁବେଳେ ଭଲ ଲୋକଙ୍କ ପାଖକୁ ବ୍ୟାପିବ ବୋଲି ସେ ଲେଖିଥିଲେ।