Live Live
LIVE

ଯୁଦ୍ଧ ବଢ଼ାଉଛି ଚିନ୍ତା, ଏଲପିଜିକୁ ନେଇ ସରକାରଙ୍କ ପୁଣି ବଡ଼ ନିଷ୍ପତ୍ତି

NEWS7
new-item-added-to-tiruti-temple-prasad-menu

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢ଼ିଲା ଗ୍ୟାସ ବୁକିଂ ଅବଧି। ଯୁଦ୍ଧ ଯୋଗୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ ଗ୍ୟାସ ସିଲିଣ୍ଡର (LPG)ର ବୁକିଂ ସମୟକୁ ବୃଦ୍ଧି କରିଛି। ମିଳିଥିବା ସୂଚନା ଅନୁସାରେ, ଏବେ ଗ୍ୟାସ ବୁକିଂ ଅବଧି ୨୧ ଦିନରୁ ବଢ଼ାଇ ୨୫ ଦିନ କରାଯାଇଛି। ଏହି ନିଷ୍ପତ୍ତି ଯୁଦ୍ଧ ଯୋଗୁ ବଢ଼ିଥିବା କଳାବଜାରୀ ଏବଂ ମହଜୁଦକାରୀଙ୍କ ମୁକାବିଲା ପାଇଁ ନିଆଯାଇଛି। ଅବଶ୍ୟ ସରକାର କହିଛନ୍ତି ଏପର୍ଯ୍ୟନ୍ତ ଘରୋଇ ଗ୍ୟାସ କିମ୍ବା ଡିଜେଲ- ପେଟ୍ରୋଲର କୌଣସି ଅଭାବ ନାହିଁ।

ସୂଚନାଥାଉକି, ମନ୍ତ୍ରଣାଳୟ ଏଲପିଜି ସିଲିଣ୍ଡରର ବୁକିଂକୁ ତିନି ଦିନ ତଳେ ୧୫ ଦିନରୁ ବଢ଼ାଇ ୨୧ ଦିନ କରିଥିଲେ। କିନ୍ତୁ ଏବେ ଏହାକୁ ୨୧ ଦିନରୁ ବଢ଼ାଇ ୨୫ ଦିନ କରିଦିଆଯାଇଛି। ଅର୍ଥାତ ଏବେ ଗ୍ରାହକ ଗୋଟିଏ ସିଲିଣ୍ଡର ବୁକ୍ କରିବାର ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକ କରିପାରିବେ।

ଏହା ପୂର୍ବରୁ ଯୁଦ୍ଧ ଯୋଗୁ ଦୁଇ ଦିନ ତଳେ ଘରୋଇ ଏଲପିଜି ସିଲିଣ୍ଡରର ଦାମ ୬୦ ଟଙ୍କା ଏବଂ ବାଣିଜ୍ୟିକ ସିଲିଣ୍ଡର ଦାମରେ ୧୧୪.୫ ଟଙ୍କା ବୃଦ୍ଧି ହୋଇଛି। ଇଣ୍ଡିଆନ ଅଏଲ କର୍ପୋରେସନ (IOC)ର ଓ୍ବେବସାଇଟ ଅନୁସାରେ, ଦିଲ୍ଲୀରେ ଏବେ ୧୪.୨ କିଲୋଗ୍ରାମ ଅଣସବସିଡି ଏଲପିଜି ସିଲିଣ୍ଡର ୯୧୩ ଟଙ୍କା ହୋଇଛି। ଯାହା ପୂର୍ବରୁ ୮୫୩ ଟଙ୍କା ଥିଲା।