ଆଲିଆ-ଅନନ୍ୟାଙ୍କ ଠାରୁ ଅଧିକ ଫି’ ନିଅନ୍ତି ଶ୍ରଦ୍ଧା କପୁର ! ଶକ୍ତି କପୁର କଲେ ଖୁଲାସା

NEWS7
new-corona-cases-last-24-hour-in-odisgha

ମୁମ୍ବାଇ ୨୬।୧୨:ଗତ ବର୍ଷ ସବୁଠୁ ବଡ଼ ହିଟ୍ ‘ସ୍ତ୍ରୀ-୨’ ବଲିଉଡ୍କୁ ଦେଇଥିଲେ ଶ୍ରଦ୍ଧା କପୁର । ବକ୍ସ ଅଫିସ୍ରେ ଇତିହାସ ରଚିଥିବା ଏହି ଫିଲ୍ମ ବିଶ୍ୱରେ ୮୫୭ କୋଟି ବ୍ୟବସାୟ କରିଥିଲା । ବଡ଼ ହିଟ୍ ସତ୍ତେ୍ୱ ବର୍ଷରେ ଶ୍ରଦ୍ଧାଙ୍କ ଫିଲ୍ମର ସଂଖ୍ୟା ବଢ଼ିନାହିଁ । ଅନ୍ୟ ସମକାଳୀନ ଅଭିନେତ୍ରୀଙ୍କ ତୁଳନାରେ ଶ୍ରଦ୍ଧା ବର୍ଷରେ ଖୁବ୍ କମ୍ ଫିଲ୍ମରେ କାମ କରନ୍ତି । ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ଲାଇମ୍ଲାଇଟ୍କୁ ମଧ୍ୟ ସେ ସର୍ବଦା ଦୂରରେ ରହନ୍ତି । ପରଦାରେ ତାଙ୍କ ଉପସ୍ଥିତି ଖୁବ୍ କମ୍ ହେବାର କାରଣ ବିଷୟରେ ତାଙ୍କ ବାପା ତଥା ଅଭିନେତା ଶକ୍ତି କପୁର ଏକ ବାର୍ତ୍ତାଳାପରେ ସ୍ପଷ୍ଟ କରିଛନ୍ତି ।

ଶକ୍ତିଙ୍କୁ ପଚରାଯାଇଥିଲା, ଆଲିୟା ଓ ଅନନ୍ୟା ପାଣ୍ଡେଙ୍କ ତୁଳନାରେ ଶ୍ରଦ୍ଧାଙ୍କୁ କମ୍ ସୁଯୋଗ ମିଳୁଛି । ଏହାର ଜବାବ ଦେଇ ଶକ୍ତି କହିଲେ, ସେ ନିଜେ କମ୍ ଫିଲ୍ମ କରୁଛି । କିନ୍ତୁ ପାରିଶ୍ରମିକ ଅଧିକ ନେଉଛି । ସମକାଳୀନ ଅଭିନେତ୍ରୀଙ୍କଠୁ ସେ ଅଧିକ ପାରିଶ୍ରମିକ ନେଉଛି । ଶ୍ରଦ୍ଧାଙ୍କ ପ୍ରକୃତି ବିଷୟରେ ସେ କହିଲେ, ସେ ଖୁବ୍ ଜିଦ୍ଖୋର । ତାହା କରେ, ଯାହା ତା’ର ହୃଦୟ କହେ । ତା’ର କିଛି ନୀତି ନିୟମ ଅଛି ଏବଂ ସେ ତାକୁ କଡ଼ାକଡ଼ି ପାଳନ କରେ ।

ତେବେ ବାପା-ଝିଅ ସମ୍ପର୍କ ବିଷୟରେ ଶକ୍ତି କହିଲେ, ଆମ ସମ୍ପର୍କ ବହୁତ ଭଲ । କେତେବେଳେ ଆମେ ଲଢ଼େଇ କରୁ, କେତେବେଳେ ଛୁଟିଦିନ ଯୋଜନା କରୁ, ଆଉ କେତେବେଳେ ଫିଲ୍ମ ବିଷୟରେ ଆଲୋଚନା କରୁ । ମୁଁ ଶ୍ରଦ୍ଧାକୁ ନେଇ ଅତ୍ୟନ୍ତ ଗର୍ବିତ । ତା’ର ପ୍ରଦର୍ଶନ ଚମତ୍କାର । ସେ ଜଣେ ଚମତ୍କାର କଳାକାର । ରିପୋର୍ଟ ଅନୁସାରେ, ଶ୍ରଦ୍ଧା ଗୋଟିଏ ଫିଲ୍ମ ପାଇଁ ୧୫ କୋଟି ପାରିଶ୍ରମିକ ଦାବି କରନ୍ତି । ଅନ୍ୟପକ୍ଷେ, ଆଲିୟା ୧୨ କୋଟି ଓ ଅନନ୍ୟା ୫ କୋଟି ନିଅନ୍ତି । ଶ୍ରଦ୍ଧା ଏବେ ‘ଇଥା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ପୁରୁଷ ବନ୍ଧୁ ରାହୁଲ ମୋଦିଙ୍କ ଆଗାମି ଫିଲ୍ମରେ କାମ କରିବା ବିଷୟରେ ନିକଟରେ ସେ ସ୍ପଷ୍ଟ କରିଥିଲେ ।