ଘରେ ପଶିଲେ, ମାଆ-ଝିଅଙ୍କୁ କଟୁରୀରେ ହାଣି ଲୁଟିନେଲେ ଟଙ୍କା-ସୁନା

NEWS7
nepal-pm-kp-sharma-oli-ayodhya-remark-ministry-of-foreign-affairs-issues-clairification

କାମାକ୍ଷାନଗର ୦୧।୦୩ : ମାଆ-ଝିଅଙ୍କୁ କଟୁରୀରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣି ଗାଁରେ ଘଟିଛି ଘଟଣା। ବିଳମ୍ବିତ ରାତିରେ ଘରେ ମାଆ - ଝିଅଙ୍କୁ କଟୁରୀରେ ହାଣି ଟଙ୍କା ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗାଁର ପ୍ରସନ୍ନ ସାହୁଙ୍କ ପରିବାର ଲୋକେ ଶୋଇଥିବା ବେଳେ ଡକାୟତ ଘରେ ପଶିଥିଲେ।

ବିଳମ୍ବିତ ରାତିରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାପା ଓ ଦୁଇ ପୁଅଙ୍କୁ ଗୋଟିଏ ଘରେ ବନ୍ଦ କରି ଲୁଟ୍ ପାଟ ଆରମ୍ଭ କରିଥିଲେ। ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। ଏଥିସହ ଘରେ ଥିବା ଆଲଣାକୁ ପ୍ରାୟ ଶହେ ମିଟର ଦୂରକୁ ଟେକି ନେଇ ଲୁଟ କରିଥିଲେ ଦର୍ବୃତ୍ତ। ଗୁରୁତର ଅବସ୍ଥାରେ ମାଆ ଓ ଝିଅଙ୍କୁ ପ୍ରଥମେ ପରଜଙ୍ଗ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଲୋଧଣୀ ଗାଁରେ ଲୁଲୁ ସାହୁଙ୍କ ଘରେ ମଧ୍ୟ ଦୁର୍ବୁତ୍ତ ମାନେ ପଶି ଲୁଟ କରିଛନ୍ତି।ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ନିଜ ଭାଇଙ୍କ ପରିବାର ଲୋକଙ୍କୁ ପ୍ରଥମେ ବାହାରପଟୁ ତାଲା ଠୁଙ୍କିଲେ। ଏବଂ ପରେ ଘର କବାଟ ଓ ଆଲମାରୀ ଭାଙ୍ଗି ଦୁର୍ବୃତ୍ତ ମାନେ ସବୁ କିଛି ଲୁଟି ନେଇଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି ପରଜଙ୍ଗ ପୋଲିସ।