News7 Logo

୨୦୨୫ ରେ ୧୯୯୦ଆନ୍ଦୋଳନର ରିପିଟ୍ ; ସେବେ ହଟିଥିଲା ରାଜତନ୍ତ୍ର, ଏବେ ସରକାର ଗଡ଼ାଇଦେଲେ ଜେନ୍-ଜି

NEWS7
jana andolan

ନୂଆଦିଲ୍ଲୀ :  ଭୁଶୁଡ଼ିଲା ରାଜତନ୍ତ୍ର , ଜନତା ଆଣିଲେ  ଲୋକତନ୍ତ୍ର। ଶସକଙ୍କ ମନମାନିରୁ ବିପନ୍ନ ଗଣତନ୍ତ୍ର। ନେପାଳ ଏବେ ଅଶାନ୍ତ।  ଜେନ ଜି ଆନ୍ଦୋଳନ ତୀବ୍ର। ନେପାଳ ସ୍ଥିତି ଅସମ୍ଭାଳ। ସୋଶିଆଲ ମିଡିଆ ବ୍ୟାନ ସରକାର ପାଇଁ ଆଣିଲା ମହାସଙ୍କଟ। ଗାଦିରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିଦେଶ ଚାଲିଯିବା ନେଇ ଚର୍ଚ୍ଚା। 35 ବର୍ଷ ପରେ ବିରାଟ ଜନଆନ୍ଦୋଳନ ଦେଖିଲା ନେପାଳ। ପୂର୍ବରୁ ସେମିତି ୯୦ ଦଶକର ଆନ୍ଦୋଳନ ନେପାଳ ପାଇଁ ଆଣିଥିଲା ବିରାଟ କ୍ରାନ୍ତି ଲୋକତନ୍ତ୍ର ଆଗରେ ମୁଣ୍ଡ ନୁଆଁଇଥିଲା ରାଜତନ୍ତ୍ର। ସିଂହାସନ ତ୍ୟାଗ କରିଥିଲେ ନେପାଳର ରାଜା। 

୧୯୬୦ ମସିହାର କଥା। ପ୍ରଥମ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପରେ ପଞ୍ଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ତତ୍କାଳୀନ ରାଜା ମହେନ୍ଦ୍ର ବୀର ବିକ୍ରମ ସହଦେବଏହି ବ୍ୟବସ୍ଥା ଯୋଗୁଁ ରାଜନୈତିକ ଦଳଗୁଡ଼ିକୁ ବ୍ୟାନ କରିଥିଲା। ନାଗରିକଙ୍କ ସ୍ୱାଧୀନତା ସୀମିତ ହୋଇଗଲା ରାଜତନ୍ତ୍ରରେ କ୍ଷମତା କେନ୍ଦ୍ରିତ ହେଲା କିନ୍ତୁ ସମୟ ସହିତ ରାଜନୈତିକ ଦମନ, ଆର୍ଥିକ ମାନ୍ଦାବସ୍ଥା ଏବଂ ମୌଳିକ ସ୍ୱାଧୀନତାର ନିୟନ୍ତ୍ରଣ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ବଢ଼ିଲା ଅସନ୍ତୋଷ।

୧୯୮୦ ଦଶକର ଶେଷ ଭାଗରେ, ଯେତେବେଳେ ସାରା ବିଶ୍ୱରେ ଗଣତାନ୍ତ୍ରିକ ଆନ୍ଦୋଳନ ହେଉଥିଲାସେତେବେଳେ ନେପାଳରେ ବଳପୂର୍ବକ ଲଗାଯାଇଥିବା ପଞ୍ଚାୟତ ବ୍ୟବସ୍ଥା ବିରୁଦ୍ଧରେ ଲୋକଙ୍କ ଅସନ୍ତୋଷର ନିଆଁ କୁହୁଳିବାକୁ ଲାଗିଲା। ଏଭଳି ରାଜତନ୍ତ୍ର ବ୍ୟବସ୍ଥାକୁ ବିରୋଧ କଲେ ନେପାଳୀ କଂଗ୍ରେସ ଏବଂ ବାମଦଳ

୧୮ ଫେବୃଆରୀ ୧୯୯୦ରେ ବିରୋଧୀ ଦଳଗୁଡ଼ିକ ଆନୁଷ୍ଠାନିକ ଭାବରେ ଜନ ଆନ୍ଦୋଳନ ଆରମ୍ଭ କଲେ ଉଦ୍ଦେଶ୍ୟ ଥିଲା ରାଜତନ୍ତ୍ରର ଅନ୍ତ ବହୁଦଳୀୟ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆହ୍ୱାନ ସପ୍ତାହେ ଧରି ସାରା ଦେଶରେ ବିଶାଳ ପ୍ରତିବାଦ, ଧର୍ମଘଟ ଏବଂ ବିକ୍ଷୋଭ। ଏସବୁକୁ ହିଂସାତ୍ମକ ଭାବରେ ଦମନ କରିଥିଲେ ତତ୍କାଳୀନ ରାଜା। ଦମନମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅଟକିନଥିଲା ଆନ୍ଦୋଳନ। ସାମିଲ ହେଲେ ଛାତ୍ର, ଶ୍ରମିକ ଏବଂ ସାଧାରଣ ନାଗରିକ ୮ ଏପ୍ରିଲ ୧୯୯୦ରେ ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଥିଲେ ମହେନ୍ଦ୍ରଙ୍କ ରାଜା ସିଂହାସନରେ ବସିଥିବା  ପରବର୍ତ୍ତୀ ରାଜା ବିରେନ୍ଦ୍ର ଶେଷରେ ସେ  ରାଜନୈତିକ ଦଳଗୁଡ଼ିକ ନିଷେଧାଦେଶ ଉଠାଇଥିଲେ ୨୮ ବର୍ଷର ସ୍ୱେଚ୍ଛାଚାରୀ ପଞ୍ଚାୟତ ବ୍ୟବସ୍ଥାକୁ ହଟାଇଦେଇଥିଲେ। ନେପାଳରେ ବହୁଦଳୀୟ ଗଣତନ୍ତ୍ରର ଏକ ନୂତନ ଯୁଗର ସୂତ୍ରପାତ କଲା ଏବେ ଜେନ ଜି ସେମିତି ନିଜ ହକ୍ ପାଇଁ ହୀଂସାତ୍ମକ ଆନ୍ଦୋଳନକୁ କରିଛି ରିପିଟ୍। ଫଳସ୍ୱରୁପ ବିଗିଡିବାରେ ଲାଗିଛି ନେପାଳ ସ୍ଥିତି।