T 20 World Cup: ଇଶାନ କିଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ୧୭୬ ରନ ଟାର୍ଗେଟ୍ ଦେଲା ଭାରତ

NEWS7
neet-ug-from-may-4-nta-issues-notification

କଲୋମ୍ବୋ: ଟି-୨୦ ବିଶ୍ଵକପ୍ ୨୦୨୬ର ମହାମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଇଶାନ କିଶନ ୭୭ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୨ ରନ, ଶିବମ ଦୁବେ ୨୭ ରନ ଓ ତିଳକ ବର୍ମା ୨୫ ରନ କରିଥିଲେ। ପାକିସ୍ତାନ ସାମ୍ନାରେ ରହିଛି ୧୭୬ ରନର ବିଜୟ ଲକ୍ଷ୍ୟ। ପାକିସ୍ତାନ ପକ୍ଷରୁ ସାଇମ ଆୟୁବ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭରରେ ହିଁ ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ପାକିସ୍ତାନ ବୋଲରଙ୍କ ଉପରେ କାଉଣ୍ଟର ଆଟାକ୍ କରିଥିଲେ ଇଶାନ କିଶନ। ଆଉ ତାଙ୍କୁ ସହଯୋଗ ଦେଇଥିଲେ ତିଳକ ବର୍ମା। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ ଓ ତିଳକ ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ତେବେ ଇଶାନ କିଶନ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇଶାନ ୪୦ ବଲରୁ ୧୦ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ।

ଏହା ପରେ ଭାରତର ରନ ଗତି ଧିମା ପଡ଼ିଥିଲା। ଉସ୍ମାନ ତାରିକ ଭାରତୀୟ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ତିଳକ ବର୍ମା ୨୪ ବଲରୁ ୧୫ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲରେ ବଡ଼ ସଟ୍ ଖେଳିବା ପ୍ରୟାସରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୨ ରନ କରିଥିଲେ ହେଁ ମନ୍ଥର ପିଚ୍ ପାଇଁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ। ଶିବମ ଦୁବେ ୧୭ ବଲରୁ ୨୭ ରନ କରିଥିଲେ। ରିଙ୍କୁ ସିଂ ୪ ବଲରୁ ୧୧ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି।