ବାଣ ଭିଡୁଥିବା ବେଳେ ଜୋରଦାର ବିସ୍ଫୋରଣ, ଚାଲିଗଲା ଜଣଙ୍କ ଜୀବନ

NEWS7
neet-ug-exam-satisfactory-ends-in-the-country

କଟକ ୧୮।୦୧ : କଟକ ଜିଲ୍ଲା ଖଲର୍ଧା ଅଞ୍ଚଳରେ ଅଘଟଣ । ବାଣ ବିସ୍ଫୋରଣରେ ଜଣେ ମୃତ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା । ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ।

ଖବର ଅନୁଯାୟୀ, କଟକ ଖଲର୍ଧା ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିଲା ବାଣ ବ୍ୟବସାୟ । କିଛି ଲୋକ ପ୍ରତିଦିନ ପରି ଆଜି ମଧ୍ୟ ବାଣ ପ୍ରସ୍ତୁତ କରୁଥିଲେ । ଏହି ସମୟରେ ହଠାତ୍ ବାଣ ଭିଡୁଥିବା ବେଳେ ଜୋରଦାର ବିସ୍ଫୋରଣ ହୋଇଥିଲା ।ଯେଉଁଥିରେ ବାଣ ଭିଡୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଯାଏ ମୃତକଙ୍କ ପରିଚୟ ମିଳିନାହିଁ । ସେପଟେ ଅଘଟଣ ସଂପର୍କରେ ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହାସହିତ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ।