ପାକିସ୍ତାନୀ ଖେଳାଳି କିଣିବା ଭାରତୀୟଙ୍କ ହତ୍ୟାରେ ସାମିଲ୍ ହେବା ସହ ସମାନ: ସୁନୀଲ ଗାଭାସ୍କର

NEWS7
ndia-slams-chinese-state-media-over-op-sindoor-disinformation

ମୁମ୍ବାଇ:ଇଂଲିସ କ୍ରିକେଟ ଲିଗ୍ ଦ ହଣ୍ଡ୍ରେଡ୍ ୨୦୨୬ରେ ଭାରତୀୟ ଫ୍ରାଞ୍ଚାଇଜ୍ ସନରାଇଜର ହାଇଦ୍ରବାଦ ପାକିସ୍ତାନ ବୋଲର ଅବ୍ରାର ଅହମଦଙ୍କୁ କିଣିବା ପରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କାର ଖପ୍ପା ହୋଇଛନ୍ତି। ପାକିସ୍ତାନୀ ଖେଳାଳିଙ୍କୁ କିଣିବା ଅର୍ଥ ଭାରତୀୟ ସେନା ଓ ଲୋକଙ୍କର ମୃତ୍ୟୁରେ ପରୋକ୍ଷରେ ଯୋଗଦାନ ଦେବା ସହ ସମାନ ବୋଲି ସୁନୀଲ ଗାଭାସ୍କାର କହିଛନ୍ତି।

ଗାଭାସ୍କର ମିଡ୍-ଡେ ନାମକ ଏକ ଇଂରାଜୀ ଗଣମାଧ୍ୟମରେ ପ୍ରବନ୍ଧ ଲେଖି ସନରାଇଜର ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କୁ ସମାଲୋଚନା କରିଛନ୍ତି। ଗୋଟେ ଟୁର୍ଣ୍ଣାମେଣ୍ଟ ଜିତିବା ଜଣେ ଭାରତୀୟଙ୍କ ଜୀବନ ଠାରୁ ଅଧିକ ମୂଲ୍ୟବାନ କି ସେ ସେ ପ୍ରଶ୍ନ କରିଛନ୍ତି।

ଗାଭାସ୍କରଙ୍କ ତର୍କ ଆର୍ଥିକ କାରବାର ଉପରେ କେନ୍ଦ୍ରିତ?ଗାଭାସ୍କର କହିଛନ୍ତି ଯେ ପାକିସ୍ତାନୀ ଖେଳାଳିମାନଙ୍କୁ ଦିଆଯାଉଥିବା ଫିସ୍ ଶେଷରେ ଆୟକର ମାଧ୍ୟମରେ ପାକିସ୍ତାନ ସରକାରଙ୍କ ପାଖରେ ପହଞ୍ଚେ। ତାଙ୍କ ମତରେ, ସେହି ଟଙ୍କା ଗୋଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ପାଣ୍ଠି ଯୋଗାଇଥାଏ। ଏହି ଟଙ୍କାରେ ପାକିସ୍ତାନ ଗୋଳାବାରୁଦ କିଣି ଭାରତୀୟ ସେନା ଓ ଲୋକଙ୍କ ଉପରେ ଆକ୍ରମଣ କରେ। ତେଣୁ ଭାରତୀୟ ଯବାନ ସହିଦ ହେବା ଓ ଲୋକଙ୍କ ମୃତ୍ୟୁରେ ଏହା ଏକ ପରୋକ୍ଷ ଯୋଗଦାନ ହେଇପାରେ। ଏଥିପାଇଁ ଭାରତୀୟ କମ୍ପାନୀମାନେ ପାକିସ୍ତାନୀ ଖେଳାଳି ଓ କଳାକାରଙ୍କୁ ରଖିବାକୁ ବି ଚିନ୍ତା କରିପାରୁ ନାହାନ୍ତି ବୋଲି ଗାଭାସ୍କାର ଲେଖିଛନ୍ତି।

ପେମେଣ୍ଟ କରିବାବାଲା କୌଣସି ଭାରତୀୟ କମ୍ପାନୀ ହେଉ କିମ୍ବା ଏହାର କୌଣସି ବିଦେଶୀ ସବ୍ସିଡାରୀ କମ୍ପାନୀ ହେଉ, ଯଦି ମାଲିକ ଭାରତୀୟ ତେବେ ସେ ଭାରତୀୟଙ୍କ ମୃତ୍ୟୁରେ ଯୋଗଦାନ ଦେଉଛି। ଆଉ ଏହା ସଫା କଥା।

ସେ ଲେଖିଛନ୍ତି “ଦ ହଣ୍ଡ୍ରେଡ୍ରେ ଏକ ଫ୍ରାଞ୍ଚାଇଜର ଭାରତୀୟ ମାଲିକଙ୍କ ଦ୍ୱାରା ଜଣେ ପାକିସ୍ତାନୀ ଖେଳାଳିଙ୍କୁ ଅଧିଗ୍ରହଣ କରିବା ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନା ଆଶ୍ଚର୍ଯ୍ୟଜନକ ନୁହେଁ। ନଭେମ୍ବର ୨୦୦୮ରେ ମୁମ୍ବାଇ ଆକ୍ରମଣ ପରଠାରୁ, ଭାରତୀୟ ଫ୍ରାଞ୍ଚାଇଜ ମାଲିକମାନେ ଆଇପିଏଲ୍ ପାଇଁ ପାକିସ୍ତାନୀ ଖେଳାଳିମାନଙ୍କୁ ଅଣଦେଖା କରିଛନ୍ତି।”

ପରିସ୍ଥିତି ବୁଝି ପାରିବେନି ଭିଟ୍ଟୋରୀ, ହେଲେ କାବ୍ୟା..

ଗାଭାସ୍କାର ତାଙ୍କ ଆର୍ଟିକଲ୍ରେ ଡାନିଏଲ୍ ଭିଟ୍ଟୋରୀଙ୍କ ଭୂମିକାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ସେ ତାଙ୍କ ଲେଖାରେ ଲେଖିଛନ୍ତି ଯେ ଦଳର ମୁଖ୍ୟ କୋଚ ଥିବା ଡାନିଏଲ ଭିଟ୍ଟୋରି ଏଭଳି ସ୍ଥିତି ହୁଏତ ବୁଝିପାରିବେ ନାହିଁ। କାରଣ ସେ ଜଣେ ନ୍ୟୁଜିଲାଣ୍ଡବାସିନ୍ଦା। ତେଣୁ ସେ କିଛି ପାକିସ୍ତାନୀ ଖେଳାଳିଙ୍କ ଟିମ୍ରେ ଚାହୁଁଥିବେ। କିନ୍ତୁ ମାଲିକଙ୍କର ନିଶ୍ଚିତ ଭାବରେ ପରିସ୍ଥିତି ବୁଝିବା କଥା ଥିଲା, ଏବଂ ପାକିସ୍ତାନ ଖେଳାଳି କିଣିବାରେ ଅନୁମତି ଦେବା ଉଚିତ୍ ନଥିଲା।

ତେବେ ଶେଷକୁ ଗୋଟିଏ ପ୍ରଶ୍ନ କରି ନିଜ ଲେଖା ଶେଷ କରିଛନ୍ତି ଗାଭାସ୍କର। ସେ ଲେଖିଛନ୍ତି “ଅନ୍ୟ କୌଣସି ଦେଶ ଖେଳୁ ନଥିବା ଏପରି ଏକ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଜିତିବା କ’ଣ ଭାରତୀୟଙ୍କ ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ?”