ବସିବ NDA ସଂସଦୀୟ ଦଳ ବୈଠକ, ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ ୧୯/୦୮: ଆଜି NDA ସଂସଦୀୟ ଦଳ ବୈଠକ । ସଂସଦର ଲାଇବ୍ରେରୀ ବିଲଡିଂରେ ସକାଳ ସାଢେ ୯ଟା ସମୟରେ ବୈଠକ ହେବ । ଏଥିରେ ଲୋକସଭା ଏବଂ ରାଜ୍ୟସଭାର NDAର ସମସ୍ତ ସାଂସଦ ଉପସ୍ଥିତ ରହିବାକୁ କୁହାଯାଇଛି । ସଂସଦୀୟ ଦଳ ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିପାରନ୍ତି । 

ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଏଥିରେ ସମ୍ମାନିତ କରାଯିବାର ସମ୍ଭାବନା ରହିଛି । ଗତ ୧୭ତାରିଖ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ସିପି ରାଧାକୃଷ୍ଣନଙ୍କ ନାଁ ଘୋଷଣା କରାଯାଇଛି । ରାଧାକୃଷ୍ଣନ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ଏଥିରେ NDA ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ସେପ୍ଟେମ୍ବର ୯ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.