ସାଲେପୁର ୧୯/୦୮: ସାଲେପୁରକୁ NAC ଘୋଷଣାରୁ ବାଦ ଦେବା ପ୍ରତିବାଦ । ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା । ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ଦଳ ।
ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ସାଲେପୁର କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଛି । ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ସହ ବହୁ କର୍ମୀ ଓ ସାଧାରାଣ ଲୋକମଧ୍ୟ ଏହି ବନ୍ଦରେ ସାମିଲ ହୋଇ ନାରାବାଜି କରୁଛନ୍ତି । ଗାଡି ମଟର , ଦୋକାନ ବଜାର ବନ୍ଦ ସହ ବହୁ ସ୍କୁଲ କଲେଜ ମଧ୍ୟ ସଂଗଠନ ପକ୍ଷରୁ ବନ୍ଦ କରାଯାଇଛି।