ଆକାଶରୁ ଖସିଲା ନୋଟ୍ ଭର୍ତ୍ତି ବିମାନ: ଗୋଟାଇବାକୁ ବାଡିଆପିଟା, ଆସିଲା ପୋଲିସ....

NEWS7
ncert-to-remove-khalistan-subject-from-12th-textbook

ନୂଆଦିଲ୍ଲୀ ୨୮/୦୨: ବିମାନ ଖସିଲା, ଟଙ୍କା ଉଡ଼ିଲା । ଏଣେ ତେଣେ ବିଛାଡି ହୋଇ ପଡ଼ିଲା ନୂଆ ନୂଆ ଟଙ୍କା ନୋଟ୍ । ଗୋଟାଇବାକୁ ଲାଗିଲା ପ୍ରତିଯୋଗିତା । ସିଆଡେ ଲୋକେ ପଛେ ମରି ପଡିଛନ୍ତି । କିନ୍ତୁ ସହଯୋଗ ତ ଦୂରର କଥା ଅନାଇ ଗଲେନି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ସ୍ଥିତି ଏମିତି ହେଲା ଯେ, ପୋଲିସ ହସ୍ତକ୍ଷେପ କରିବାକୁ ପଡିଲା । କିଛି ସମୟ ପାଇଁ ସେଠି ଦଳଚକଟା ପରିସ୍ଥିତି ବି ସୃଷ୍ଟି ହୋଇଥିଲା ।

ଏ ଦୃଶ୍ୟ କୌଣସି ଚଳଚ୍ଚିତ୍ରର ନୁହେଁ ବରଂ ବାସ୍ତବିକ ଘଟଣା । ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋଗୁଡ଼ିକରେ ଆଉ ଏକ ଭିନ୍ନ ଦୃଶ୍ୟ ନଜର ଆସିଥିଲା । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ, ଲୋକମାନେ ବିଛାଡ଼ି ହୋଇ ପଡିଥିବା ଟଙ୍କା ଧରିବାକୁ ଧାଇଁ ଆସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଲା ।

 

ସୂଚନାଥାଉକି, ବଲିଭିଆ ବିମାନ ଉଡାଣ ସମୟରେ ପାଗ ଖରାପ ଥିବାରୁ ପାଇଲଟ୍‌ଙ୍କୁ ନିୟନ୍ତ୍ରଣ ରଖିବାରେ ସମସ୍ୟା ହୋଇଥିଲା। ଫଳରେ ବିମାନଟି ହଠାତ୍ ଏକ ବ୍ୟସ୍ତ ରାସ୍ତା ଉପରେ ଖସିପଡିଥିଲା। ଦୁର୍ଘଟଣା ସମୟରେ ରାସ୍ତାରେ ଯାଉଥିବା କିଛି ଗାଡ଼ି ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଆପତ୍କାଳୀନ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

ଯେଉଁଥିରେ ବିମାନର ଭଗ୍ନାବଶେଷ, ଜଳିଯାଇଥିବା ଅଂଶବିଶେଷ ସହ ରାଜପଥରେ ବିଛାଡ଼ି ହୋଇ ପଡିଛି ମୃତଦେହ । ସେପଟେ ଦୁର୍ଘଟଣା ପରେ, ବିମାନବନ୍ଦରରୁ ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ରିପୋର୍ଟ ଅନୁସାରେ, ଏହା କେନ୍ଦ୍ରୀୟ ବ୍ୟାଙ୍କରୁ ଅନ୍ୟ ସହରକୁ ନୂତନ ଟଙ୍କା ନେଇ ଯାଉଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ନୋଟର ଗଣ୍ଠିଗୁଡ଼ିକ ପବନରେ ବିଛାଡ଼ି ହୋଇଯାଇଥିଲା ।

also read..

ବଲିଭିଆ ପ୍ଲେନ୍ କ୍ରାସ୍ : ଜନଗହଳିପୂର୍ଣ୍ଣ ସ୍ଥାନରେ ଖସିପଡ଼ିଲା ହରକ୍ୟୁଲେସ, ଚାଲିଗଲା ୧୫ ଜୀବନ