INS vs PAK T20 World Cup: କଲୋମ୍ବୋରେ ମହାମୁକାବିଲା ପୂର୍ବରୁ ମୁହଁ ଖୋଲିଲେ ପାକିସ୍ତାନ କ୍ୟାପ୍ଟେନ୍: ହ୍ୟାଣ୍ଡସ୍ୟାକ୍ ବିବାଦ ନେଇ ଭାରତୀୟ ଟିମ୍‌କୁ କହିଲେ...

NEWS7
ncb-operation-samudragupt-seized-drugs-worth-40-thousand-crores-in-one-year-from-sea

କଲୋମ୍ବୋ: ଆସନ୍ତାକାଲି କଲୋମ୍ବୋରେ ଖେଳାଯିବା ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମ୍ୟାଚ୍। ଏଥିପାଇଁ ଉଭୟ ଖେଳାଳି ଶ୍ରୀଲଙ୍କାର କଲୋମ୍ବୋରେ ପହଞ୍ଚି ସାରିଛନ୍ତି। ମ୍ୟାଚ୍ ଆରମ୍ଭ ପୂର୍ବରୁ ପାକିସ୍ତାନ କ୍ୟାପ୍ଟେନ ସଲମାନ ଅଲି ଆଘା ଭାରତକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ହ୍ୟାଣ୍ଡସ୍ୟାକ୍ କରିବା ନେଇ ଦୁଇ ଦଳ ମଧ୍ୟରେ ଯେଉଁ ସମସ୍ୟା ରହିଛି ସେ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନୀ କ୍ୟାପ୍ଟେନ।

କାଲିର ମୁକାବିଲା ପୂର୍ବରୁ କଲୋମ୍ବୋରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ କ୍ୟାପ୍ଟେନ ସଲମାନ ଅଲୀ ଆଘା କହିଛନ୍ତି ପରବର୍ତ୍ତି ମ୍ୟାଚ୍ ଏକ ସକାରାତ୍ମକ ଯୋଶ ଖେଳାଯିବା ଦରକାର। ତାଙ୍କ ଟିମ୍ ପରମ୍ପରା ଅନୁସାରେ ଭାରତ ସହ ହାତ ମିଳାଇବାକୁ ରାଜି ଅଛି, ହେଲେ ଏହା ସମ୍ପୂର୍ଣ୍ଣ ସେମାନଙ୍କ ଉପରେ ନିର୍ଭର କରେ ବୋଲି ସଲମାନ ଅଲି ଆଘା କହିଛନ୍ତି।

ଆଘା କହିଛନ୍ତି “କ୍ରିକେଟ୍ ଯୋଶ୍ରେ ଖେଳିବା ଉଚିତ। ମୋର ବ୍ୟକ୍ତିଗତ ମତାମତ ଗୁରୁତ୍ୱପୂର୍ଣ୍ଣ ନ ହୋଇପାରେ, କିନ୍ତୁ କ୍ରିକେଟ୍ ଯେପରି ଖେଳାଯାଉଛି ସେହିପରି ଖେଳାଯିବା ଉଚିତ। ତେବେ ଏହା ସେମାନଙ୍କ ଉପରେ ନିର୍ଭର କରେ।” ଗତବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ତେଣୁ ୨୦୨୫ ଏସିଆ କପ୍ ମୁକାବିଲାରେ ଭାରତୀୟ ଟିମ୍ ପାକିସ୍ତାନ ଖେଳାଳିଙ୍କ ସହିତ ହାତ ମିଳାଇ ନଥିଲେ।

ପଢ଼ନ୍ତୁ- ଭାରତ-ପାକିସ୍ତାନ ମ୍ୟାଚକୁ ବର୍ଷା ଭୟ, ମୁକାବିଲା ରଦ୍ଦ ହେଲେ କାହାକୁ ହେବ ଲାଭ-କ୍ଷତି ?

ଟସ୍ ସମୟରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହାତ ମିଳାଇବାକୁ ମନା କରିଦେଇଥିଲେ, ଏବଂ ଭାରତୀୟ ଖେଳାଳିମାନେ ଗ୍ରୁପ୍-ଷ୍ଟେଜ୍ ବିଜୟ ପରେ ସିଧାସଳଖ ଡଗ୍ ଆଉଟ୍ ଫେରିଯାଇଥିଲେ। ଭାରତୀୟ ଖେଳାଳିଙ୍କ ଏଭଳି ଆଚରଣ ପାକିସ୍ତାନ କ୍ରୋଧିତ କରିଥିଲା। ଏବଂ ସେ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ମ୍ୟାଚ୍ ବର୍ଜନ କରିବାକୁ କିଛି ସମୟ ପାଇଁ ଧମକ ବି ଦେଇଥିଲା। ହେଲେ ପୁଣି ଖେଳିବାକୁ ବାଧ୍ୟ ହୋଇଥିଲା।

ମାମଲା ଆଗକୁ ବଢ଼ିଥିଲା। ଭାରତ ଏସିଆ କପ୍ ଟାଇଟଲ ଜିତିବା ପରେ ଯେତେବେଳେ ପିସିବି ମୁଖ୍ୟ ମହସୀନ ନକବୀ ଟ୍ରଫି ଦେବାକୁ ଆସିଥିଲେ, ଟିମ୍ ଇଣ୍ଡିଆ ନକବୀଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ନକବୀ ମଧ୍ୟ ଟ୍ରଫି ନେଇ ଚାଲିଯାଇଥିଲେ। ଯାହା ଏପର୍ଯ୍ୟନ୍ତ ଭାରତ ପାଖକୁ ଆସିପାରି ନାହିଁ। ଟ୍ରଫିଙ୍କୁ ନେଇ ଅନେକ ସମୟରେ ନକବୀ ଓ ବିସିସିଆଇ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି।