ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍; କମ ଖର୍ଚ୍ଚରେ ବିମାନ ଯାତ୍ରା ପରି ମଜା

NEWS7
navjot-singh-sidhu-will-adopt-children-who-lost-parents-in-amritsar-tragedy

କୋଲକାତା: ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜାନୁଆରୀ ୧୭, ୨୦୨୬) ଉତ୍ତର ବଙ୍ଗର ମାଲଦା ଟାଉନ୍ ଷ୍ଟେସନରୁ ହାଓଡ଼ା ଏବଂ ଗୌହାଟି (କାମାଖ୍ୟା) ମଧ୍ୟରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେହିପରି ମାଲଦାରୁ ଗୌହାଟୀ-ହାୱଡା ରିଟର୍ଣ୍ଣ ବନ୍ଦେ ଭାରତ ସ୍ଲିପର୍ ଟ୍ରେନକୁ ମଧ୍ୟ ଭର୍ଚୁଆଲ୍ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଧୁନିକ ଭାରତର ବଢ଼ୁଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଟ୍ରେନ୍ ଚଳାଯାଇଛି। ସମ୍ପୂର୍ଣ୍ଣ ଏସି ସେବା ଥିବା ଏହି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଯାତ୍ରୀମାନଙ୍କୁ କମ ଭଡ଼ାରେ ବିମାନ ପରି ଯାତ୍ରା ପରି ଅଭିଜ୍ଞତା ପ୍ରଦାନ କରିବ।

ଏହି ଟ୍ରେନ ଦ୍ରୁତ ଗତିରେ ଯିବା ସହିତ ସୁରକ୍ଷିତ ଦୂରଯାତ୍ରା କରିବ। ସୁହାଇଲା ମୂଲ୍ୟରେ ବି ହେବ। ଫଳରେ ହାୱଡ଼ା ଠାରୁ ଗୌହାଟି ଯାତ୍ରା ସମୟରେ ପ୍ରାୟ ଅଢ଼େଇ ଘଣ୍ଟା ସମୟ କମିଯିବ। ଯାତ୍ରା ସୁବିଧା ହେବା ଦ୍ୱାରା ଉକ୍ତ ଅଞ୍ଚଳର ପର୍ଯ୍ୟଟନ ବିକାଶ ହେବ। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ।

ସେପଟେ ମାଲଦାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବେଙ୍ଗଲ ଓ ଉତ୍ତର-ପୂର୍ବରେ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରକଳ୍ପ ସବୁ କରାଯାଇଛି।

ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପୂର୍ବ ଭାରତ ଗସ୍ତ କରିବାର ଯୋଜନା ରହିଛି। ନିର୍ବାଚନ ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ ପ୍ରକଳ୍ପ କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।