ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନବୀନଙ୍କ ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ ସଂଘ

Published By : Prameya-News7 Bureau | June 30, 2025 IST

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋମବାର ନବୀନ ଏକ୍ସରେ ଏନେଇ ପୋଷ୍ଟ କରି ଘଟଣାକୁ ନିନ୍ଦା କରିଛନ୍ତି। 

ଏକ୍ସ ପୋଷ୍ଟରେ ନବୀନ କହିଛନ୍ତି, ଭୁବନେଶ୍ୱରରେ ଦିନ ଦ୍ବିପ୍ରହରରେ ଅତିରିକ୍ତ ସଚିବ ସ୍ତରର ଜଣେ ବରିଷ୍ଠ ଅଧିକାରୀ ରତ୍ନାକର ସାହୁଙ୍କୁ ତାଙ୍କୁ ଅଫିସରୁ ଘୋଷାରି ଘୋଷାରି ବାହାରକୁ ବାହାର କରାଯାଉଛି, ଆଉ ଜଣେ ବିଜେପି କର୍ପୋରେଟରଙ୍କ ଉପସ୍ଥିତିରେ ଅତି ନିର୍ମମ ଆକ୍ରମଣ କରାଯାଉଛି। ଏହି ଘଟଣା ଖୁବ୍ ନିନ୍ଦନୀୟ। ’’

ନବୀନ ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ, ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପରାଧୀ ଏବଂ ଏହି ଆକ୍ରମଣ ପଛରେ ଥିବା ରାଜନୈତିକ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। 

ଏହା ସହ ନବୀନ କହିଛନ୍ତି ଅଧିକାରୀ ଏଫଆଇଆରରେ ଯେଉଁ ବ୍ୟକ୍ତିମାନଙ୍କ ନାଁ ନେଇଛନ୍ତି ସେମାନେ ଅପରାଧୀଙ୍କ ପରି ଆଚରଣ କରିଛନ୍ତି। ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ ଅଫିସରେ ସୁରକ୍ଷିତ ନାହାନ୍ତି, ତେବେ ସାଧାରଣ ନାଗରିକମାନେ ସରକାରଙ୍କଠାରୁ କେଉଁ ଆଇନଶୃଙ୍ଖଳା ଆଶା କରିବେ ?  ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ସେ ଆହୁରି କହିଛନ୍ତି, “ମୁଁ ଆଶା କରୁଛି ମୋହନ ମାଝୀ ସରକାର ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ରାଜ୍ୟପାଳଙ୍କ ପୁଅ ଯେପରି ଅଧିକାରୀଙ୍କୁ ଆକ୍ରମଣ କରିବି ଦଣ୍ଡ ପାଇଲେନି, ଏଘଟଣା ମଧ୍ୟ ସେଭଳି ନହେଉ। ନଚେତ୍ ଓଡ଼ିଶାବାସୀ ଏହାକୁ କ୍ଷମା କରିବେ ନାହିଁ।’’

ସେପଟେ ଅଧିକାରୀଙ୍କୁ ଆକ୍ରମଣର ନିନ୍ଦା କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଓଏଏସ ସଂଘ।ଗିରଫ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.