LIVE TV

ବିଜେପିକୁ ଅରୁଣଙ୍କ ତେରେଚ୍ଛା ବାଣ, କହିଲେ ଠିକଣା ସମୟରେ ଠିକ୍ ପ୍ରାର୍ଥୀ ଦେବ ବିଜେଡି

NEWS7
national-status-of-ncp-can-be-snatched-know-why

ଭୁବନେଶ୍ୱର ୧୪/୧୦: ବିଜେଡି ଟିକେଟ କସରତ ଭିତରେ ବିଜେପିକୁ ଅରୁଣଙ୍କ ତେରେଛା ବାଣ । ପ୍ରାର୍ଥୀ ହଡପ କରୁଥିବା ଦଳ ବିଜେପି ବି ଟିକେଟ ଘୋଷଣା କରିନି । ମଞ୍ଚ ବାନ୍ଧିଲୁ ଆମେ ଭାଷଣ ଦେଲେ ସେମାନେ । ବିଶେଷ କରି ରାଜେନ୍ଦ୍ର ଢୋଲକିଆଙ୍କ ଏକାଦସାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ଇଙ୍ଗିତ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଜେଡି ଠିକଣା ସମୟରେ ଠିକ ପ୍ରାର୍ଥୀ ଦେବ । ନୂଆପଡାରେ ବିଜେଡି ଜିତିବ । ଜଣେ ଚାଲିଗଲା ପରେ ତାଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ ଦେବା ଧାରା ବନ୍ଦ୍ ହେବା ଦରକାର ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନୀ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବିଜେଡି ନେତାମାନେ କହି ବୁଲୁଥିଲେ । ବିଜେଡି କହି ବୁଲୁଛି କି, ନୂଆପଡାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ନୂଆପଡାବାସୀଙ୍କ ଭଲପାଇବା ରହିଛି । ତେଣୁ ବିଜେଡିର ବିଜୟ ହେବ ବୋଲି ଦଳ କହିଛି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନୂଆପଡାରେ ବିଜୟବାନା ଉଡାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ପରୀକ୍ଷା ପୂର୍ବରୁ ନୂଆପଡା ପାସ ଫେଲକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନୂଆପଡାରେ ପ୍ରଚାର ସେତେ ଦୁଲୁକୁଛି । ୩ ପ୍ରମୁଖ ଦଳର ହେଭିଓ୍ବେଟ ନେତାମାନେ ଦଳକୁ ବିଜୟ କରିବାକୁ ପାଇଁ ଅଣ୍ଟା ଭିଡିଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିଲା । ଉପ ନିର୍ବାଚନରେ ବିଜେପି ଓ କଂଗ୍ରେସ ବିଜେଡି ଗଡରେ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ।