ଜନ୍ମମାଟିରେ ରାଷ୍ଟ୍ରପତି: ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ, ବୁଲିବାକୁ ଯିବେ ଶିମିଳିପାଳ

NEWS7
nandankanan-zoo-gets-four-lions-from-chhattisgarh

ରାଇରଙ୍ଗପୁର ୦୫/୦୨: ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ନିଜ ଗାଁ ପାହାଡ଼ପୁର ଜାହିରା ପୀଠରେ ପୂଜାର୍ଚ୍ଚନା କରିବେ । ଏହାପରେ ମୁର୍ମୁ ଛକରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସ୍କିଲ୍ ହବ୍ ଏବଂ ଏସ୍ଏଲ୍ଏସ୍ ସ୍ମାରକୀ ସ୍କୁଲରେ ଯୋଗଦେବେ ।

ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି । ଏହାସହ ଜଗନ୍ନାଥ ମନ୍ଦିର ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ । ପାହାଡ଼ପୁରରେ ଡକ୍ୟୁମେଣ୍ଟାରୀ ସୁଟିଂ କରିବେ ରାଷ୍ଟ୍ରପତି । ଏହାସହ ଅପରାହ୍ଣରେ ରହିଛି ଶିମିଳିପାଳ ଗସ୍ତ କାର୍ଯ୍ୟକ୍ରମ ରହିଛି ।

ସୂଚନା ଥାଉକି, ବୁଧବାର ପୁରୀ ଗସ୍ତ ପରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଯାଇଥିଲେ ରାଷ୍ଟ୍ରପତି । ସେଠାରେ ପୂର୍ଣ୍ଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ ମୁର୍ମୁ। ଶିକ୍ଷକତା କରିବା ସମୟରେ ଏହି ମନ୍ଦିରରେ ସେ ପ୍ରତିଦିନ ଝାଡ଼ୁ ମାରୁଥିଲେ।

ଲୋକଙ୍କ ଭିଡ଼ ଭିତରେ ଅପେକ୍ଷାରତ କୁନି କୁନି ପିଲାଙ୍କୁ ଚକଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି। ଏହାପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ନିଜ ପୈତୃକ ଘରେ ପହଞ୍ଚି ପରିବାର ସହ କିଛି ସମୟ କାଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।