ଫିନ୍ ଆଲେନଙ୍କ ରେକର୍ଡ ବର୍ଷା : ଇଡେନ ଗାର୍ଡେନରେ ଲେଖିଲେ ନୂଆ ଇତିହାସ

NEWS7
nagpanchami-is-celebrated-in-salepur-chandradeipur-village

କୋଲକାତା, ୦୫ /୦୩: ଆଇସିସି ଟି୨୦ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଜବରଦସ୍ତ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଦଳ ଦକ୍ଷିଣ ଆଫ୍ରିକାକୁ ଏକ ତରଫା ପରାସ୍ତ କରିଛି । ନକ୍ ଆଉଟରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ଚୋକର୍ସ ସାବ୍ୟସ୍ତ ହୋଇଛି ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦଳ ୨୦ ଓଭରରେ ୧୬୯ କରିପାରିଥିଲା । ଜବାବରେ ରନ୍ ଚେଜ୍ କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ । ଓପନିଂ କରିବାକୁ ଆସିଥିଲେ ଟିମ୍ ସେଫର୍ଟ୍ ଏବଂ ଫିନ୍ ଆଲେନ୍ । ଟିମ୍ ଅର୍ଧଶତକ ଲଗାଇ ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ଫିନ୍ ବିସ୍ପୋରକ ବ୍ୟାଟିଂ କରିଥିଲେ ।

ମାତ୍ର ୩୩ ବଲରୁ ଶତକ ଲଗାଇଥିଲେ ଫିନ୍ । ତାଙ୍କ ବ୍ୟାଟରୁ ୧୦ ଚଉକା ଏବଂ ୮ ଛକା ବାହାରିଥିଲା । ଏହି ଜବରଦସ୍ତ ଇନିଂସ ସହ ସେ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ ମାଇଲଷ୍ଟୋନ୍ ପ୍ରତିଷ୍ଠା କରିଛନ୍ତି ।

ଟି୨୦ ବିଶ୍ୱକପ୍ ସମେତ କ୍ରିକେଟରେ କୌଣସି ବଡ ଟିମ୍ ବିରୋଧରେ ସବୁଠୁ ଦ୍ରୁତ ଶତକ ଲଗାଇଛନ୍ତି ଫିନ୍ । ସେ ମାତ୍ର ୩୩ ବଲରେ ଏହି କରିସ୍ମା କରିଛନ୍ତି । ସେହିପରି ସେମି କିମ୍ବା ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ୭୬ ।ଯାହାକୁ ଫିନ୍ ଭାଙ୍ଗିଛନ୍ତି । ଏହାସହ ଚଳିତ ଟି୨୦ ବିଶ୍ୱକପରେ ସବୁଠୁ ଅଧିକ ଛକା ମାରିବାରେ ଫିନ୍ ଆଗରେ ରହିଛନ୍ତି ।

ଫିନ୍ ୨୦୨୬ରେ ୨୦ଟି ଛକା ଲଗାଇଛନ୍ତି । ତାଙ୍କ ପଛରେ ଅଛନ୍ତି ସିମରନ୍ ହେଟମାୟର । ହେଟମାୟର ୨୦୨୬ରେ ୧୯ଟି ଛକା ଲଗାଇଥିଲେ । ସେହିପରି ସାହିବଜାଦା ଫରହାନ୍ ୧୮ଟି ଛକା ଲଗାଇ ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ନିକୋଲସ ପୁରନ୍ ଏବଂ କ୍ରିସ୍ ଗେଲ୍ ରହିଛନ୍ତି ।

ଟି୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ପକ୍ଷରୁ ଶତକ ଲଗାଇଥିବା ତୃତୀୟ ବ୍ୟାଟସମ୍ୟାନ୍ ହେଲେ ଫିନ୍ । ତାଙ୍କ ପୂର୍ବରୁ ୨୦୧୨ରେ ବ୍ରେଣ୍ଡନ୍ ମ୍ୟାକକୁଲମ ଏବଂ ୨୦୨୨ରେ ଗ୍ଲେନ୍ ଫିଲିପ୍ସ ଶତକ ଲଗାଇଥିଲେ । ଏତତ୍ ବ୍ୟତୀତ ଫିନ୍ ସବୁଠୁ ଦ୍ରୁତ ଗତିରେ ଶତକ ଲଗାଇଛନ୍ତି । ସେହିପରି କୌଣସି ବିସିସିଆଇ ପୂର୍ଣ୍ଣ ସଦସ୍ୟ ଟିମ୍ ବିରୋଧରେ ସବୁଠୁ ଦ୍ରୁତ ଶତକ ତାଙ୍କ ବ୍ୟାଟରୁ ବାହାରିଛି । ଅନ୍ୟ ଦିଗରେ ମୋଟ୍ ଭାବେ ଦ୍ରୁତ ଶତକ ଲଗାଇବାରେ ସେ ତୃତୀୟ ବ୍ୟାଟର । ଅନ୍ୟମାନଙ୍କ ମଧ୍ୟରେ ସାହିଲ ଚୌହାନ ୨୦୨୪ରେ ଏଷ୍ଟୋନିଆ ପକ୍ଷରୁ ଖେଳି ସାଇପ୍ରସ ବିପକ୍ଷରେ ୨୭ ବଲରୁ ଶତକ ଲଗାଇଥିଲେ । ସେହିପରି ତୁର୍କୀର ମହମ୍ମଦ ଫହାଦ ବଲଗେରିଆ ବିପକ୍ଷରେ ୨୯ ବଲରୁ ଶତକ ଲଗାଇଛନ୍ତି ।