ଭୁବନେଶ୍ୱର ୨୮/୦୮: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଇଷ୍ଟଦେବୀଙ୍କ ଠାରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ପୂଜାର୍ଚ୍ଚନା ପରେ ମା' ସମଲେଶ୍ବରୀଙ୍କୁ ନବାନ୍ନ ଲାଗି ହୋଇଛି ନୂଆ ଚାଉଳରେ ତିଆରି ନୈବେଦ୍ୟ । ସେହିଭଳି ବଲାଙ୍ଗୀରରେ ବି ମାଆଙ୍କ ଠାରେ ଲାଗି ହୋଇଛି ନବାନ୍ନ ।
ସୂଚନା ଥାଉକି, ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଲାଗିଛି ବନ୍ଧୁବାନ୍ଧବଙ୍କ ଗହଳି । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଯାହାକୁ ବେଶ ଧୂମ୍ଧାମ୍ରେ ପାଳୁଛନ୍ତି ଲୋକେ ।