LIVE TV

"ଆପଣଙ୍କ ପୁଅର ଦୋଷ ନାହିଁ", ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ବାପାଙ୍କୁ କହିଲେ ସୁପ୍ରିମକୋର୍ଟ

NEWS7
nabaratri-started-from-10th-oct-know-its-puja-bidhi

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଦୁର୍ଘଟଣାର କାରଣ ଯାହା ହେଉନା କାହିଁକି, ପାଇଲଟ୍ ଦାୟୀ ନୁହଁନ୍ତି। ମୃତ ସୁମିତଙ୍କ ୯୧ ବର୍ଷୀୟ ପିତା ପୁଷ୍କର ସବରୱାଲଙ୍କ ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରାଥମିକ ତଦନ୍ତ ରିପୋର୍ଟକୁ ନେଇ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ପାଇଲଟଙ୍କ ତ୍ରୁଟି ଥିବା ଦର୍ଶାଇଥିଲେ। ସବରୱାଲଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରି ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। ପୁଷ୍କର ସବରୱାଲ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଦୁର୍ଘଟଣାର ଏକ ସ୍ୱାଧୀନ ଏବଂ ବୈଷୟିକ ତଦନ୍ତ ଦାବି କରିଛନ୍ତି।

ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଂ 787-8 ଡ୍ରିମଲାଇନର ଉଡାଣ ଭରିବା ମାତ୍ରେ କ୍ରାସ କରିଯାଇଥିଲା। ଏଥିରେ ୧୪୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରାରମ୍ଭିକ ତଦନ୍ତ ପାଇଲଟ ଦିବଂଗତ କ୍ୟାପଟେନ ସୁମିତ ସବରୱାଲଙ୍କ ପିତାଙ୍କୁ କୋର୍ଟ କହିଛନ୍ତି, "ଦେଶରେ କେହି ବିଶ୍ୱାସ କରନ୍ତି ନାହିଁ ଯେ ଏହା ପାଇଲଟଙ୍କ ଭୁଲ ଥିଲା। ସମବେଦନା ପ୍ରକାଶ କରି ଖଣ୍ଡପୀଠ ଆବେଦନକାରୀ ପୁଷ୍କର ସବରୱାଲଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ତାଙ୍କ ପୁଅ ଦୁର୍ଘଟଣା ପାଇଁ ଦାୟୀ ନୁହେଁ।

ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି "ଏହି ଦୁର୍ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କିନ୍ତୁ ଆପଣଙ୍କୁ ଏହି ବୋଝ ବହନ କରିବା ଉଚିତ୍ ନୁହେଁ ଯେ ଆପଣଙ୍କ ପୁଅ ଏଥିପାଇଁ ଦାୟୀ। କେହି ତାଙ୍କୁ ଦୋଷୀ କରିପାରିବେ ନାହିଁ। ପାଇଲଟ୍ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ। ତଦନ୍ତ ରିପୋର୍ଟ କେବଳ ଦୁଇ ପାଇଲଟ୍ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ କରେ; ଏହା କାହା ଉପରେ କୌଣସି ଦୋଷ ଲଗାଏ ନାହିଁ।"

ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନଙ୍କ ମାଧ୍ୟମରେ ଆବେଦନକାରୀ ୱାଲ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟକୁ ଉଦ୍ଧୃତ କରିଥିଲେଯାହା ଭାରତୀୟ ସୂତ୍ର ଉଦ୍ଧୃତ କରି ପାଇଲଟ୍ ତ୍ରୁଟି ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ ଆବେଦନ ଉପରେ କେନ୍ଦ୍ର ସରକାର, DGCA ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ରେ ହେବ।