୪୦ ହଜାର କୋଟିର ଠକେଇରେ ଅନିଲ ଅମ୍ବାନୀଙ୍କୁ ଝଟକା : ଦେଶରୁ ଫେରାର ହେବେନି, ଦେଲେ ପ୍ରତିଶ୍ରୁତି

NEWS7
naba-das-case-in-update

ନୂଆଦିଲ୍ଲୀ,|୦୨ :ଅନିଲ ଅମ୍ୱାନୀଙ୍କୁ ସୁପ୍ରିମ୍ ଝଟକା । ଦେଶ ଛାଡିପାରିବେନି ଅନିଲ । ସୁପ୍ରିମକୋର୍ଟ ବୁଧବାର ରିଲାଏନ୍ସ କମ୍ୟୁନିକେସନ ଏବଂ ଅନିଲ ଧିରୁବାଇ ଅମ୍ବାନୀ ଗ୍ରୁପ୍ ସହ ଜଡିତ ୪୦ ହଜାର କୋଟି ଠକେଇ ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ ଇଡିକୁ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ କହିଛନ୍ତି । ଏହାସହ ଅନିଲ ବିନା ଅନୁମତିରେ ବିଦେଶକୁ ଯିବେ ନାହିଁ ବୋଲି କୋର୍ଟରେ କହିଛନ୍ତି ।

ଶୁଣାଣି ବେଳେ ଆବେଦନକାରୀ ଇଏଏସ ସରମାଙ୍କ ଓକିଲ ପ୍ରଶାନ୍ତ ଭୂଷଣ ଆଶଙ୍କା କରିଥିଲେ ଯେ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦେଶ ଛାଡି ଚାଲିଯିବାର ସମ୍ଭାବନା ରହିଛି । ଏହା ଉପରେ ଅନିଲଙ୍କ ଓକିଲ ମୁକୁଲ ରୋହତଗୀଙ୍କ କୋର୍ଟଙ୍କୁ ଆଶ୍ୱସ୍ତ କରିଥିଲେ । ବିନା ଅନୁମତିରେ ଅନିଲ କେବେହେଲେ ଏପରି କରିବେ ନାହିଁ ବୋଲି ରୋହତଗୀ କହିଥିଲେ । ସଲିସିଟର ଜେନେରାଲ କିନ୍ତୁ କୋର୍ଟଙ୍କୁ ସତର୍କ କରାଇଦେଇଥିଲେ । କାରଣ ରୋହତଗୀ ପୂର୍ବରୁ ଏକ ମାମଲାରେ ଏପରି ବଚନ ଦେଇଥିଲେ । କିନ୍ତୁ ସେହି ଅଭିଯୁକ୍ତ ଦେଶ ଛାଡି ଫେରାର ହୋଇଯାଇଥିଲେ । ଅମ୍ବାନୀଙ୍କ ବିରୋଧରେ ପୂର୍ବରୁ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି । ଯାହା ଦ୍ୱାରା ସେ ବିମାନବନ୍ଦରରେ ପ୍ରବେଶ କଲେ ତାଙ୍କୁ ରୋକାଯିବ ।

ଏହି ଖବରକୁ ପଢନ୍ତୁ...

​​​​​​​'ଆଇସିସି ଅଫିସରେ ପକାଇଦେବୁ ବୋମା'...ଜୟ ଶାହ ଏବଂ ସୂର୍ଯ୍ୟ କୁମାରଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

ଅନ୍ୟପକ୍ଷରେ ତଦନ୍ତକାରୀ ସଂସ୍ଥା ତଦନ୍ତରେ ବିଳମ୍ବ କରୁଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି । ୨୦୨୦ରେ ଅଡିଟ୍ ରିପୋର୍ଟ ଆସିଥିଲା । କିନ୍ତୁ ସିବିଆଇ ଏଫଆଇଆର ରୁଜୁ କରିବାରେ ୨୦୨୫ କରିଦେଇଥିଲା ।

ପୃଥକ ପୃଥକ ଏଫଆଇଆର

କୋର୍ଟ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ, ସବୁ ମାମଲାକୁ ଗୋଟିଏ ଏଫଆଇଆରରେ ସାମିଲ କରାଯିବାର ଆବଶ୍ୟକତା ନାହିଁ । ପୃଥକ ଅପରାଧ ପାଇଁ ପୃଥକ ଏଫଆଇଆର ରୁଜୁ ହେବା ଦରକାର । ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଆକ୍ସନ ପାଇଁ ଅନୁମତି ନେବାର ଆବଶ୍ୟକତା ନାହିଁ । ଯଦି କୌଣସି ଅଧିକାରୀ ଠକେଇରେ ସାମିଲ ହୁଅନ୍ତି ତାଙ୍କୁ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ।

କୋର୍ଟରେ ଇଡି କହିଥିଲା ଯେ, ଏବେସୁଦ୍ଧା ୨୦୪ଟି ସମ୍ପତ୍ତିକୁ ସିଜ୍ କରାଯାଇଛି । ଯ।ହାର ଦାମ୍ ୧୨ ହଜାର କୋଟିରୁ ଅଧିକ ହେବ । କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ପୁନିତ ଗର୍ଗଙ୍କୁ ଗିରଫ କରାଯାଇଛି । ସେ ଫେବ୍ରୁଆରୀ ୭ ତାରିଖ ଯାଏଁ ରିମାଣ୍ଡରେ ରହିଛନ୍ତି । ଏହାସହ ସିବିଆଇ ଏବଂ ଇଡିକୁ ୪ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।