ଅଷ୍ଟ୍ରେଲିଆରେ ଦେଖାଗଲା ବଡ଼ ବିପଦ ସଙ୍କେତ ! ବାଲି ଉପରେ ଚାଲିଲା ବିରଳ ମାଛ

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ: ଆସିବ କି ବଡ଼ ବିପର୍ଯ୍ୟୟ ? ବିରଳ ମାଛର ସଙ୍କେତ ପରେ ବଢ଼ିଲା ଆଶଙ୍କା। ଦୁନିଆରେ ଲୁଚି ରହିଛନ୍ତି ଏହି ସମୁଦ୍ର ରାଣୀ। ଯାହାକୁ ଦେଖିବା ଅଶୁଭ ବୋଲି ମାନନ୍ତି। ଅଷ୍ଟ୍ରେଲିଆର ତାସମାନିଆ ରାଜ୍ୟର ପଶ୍ଚିମ ଉପକୂଳରେ ଅବସ୍ଥିତ ଓସେନ୍ ବିଚ୍‌ରେ ରହସ୍ୟମୟ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଛି ସେହି ବିଶ୍ୱର ବିରଳ ଏବଂ ବିଶାଳ ମାଛ। ଏହି ମାଛର ଲମ୍ବ ପ୍ରାୟ ତିନି ମିଟର ଥିଲା। ଏହାକୁ ସିବିଲ୍ ରବର୍ଟସନ୍ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଏହାକୁ ଦେଖିଲେ। ରବର୍ଟସନ୍ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ସାମୁଦ୍ରିକ ଜୀବବିଜ୍ଞାନୀ ଏବଂ ପରିବେଶବିତ।  ଏହି ଓଅରାଫିସ୍‌ ବୋଲି ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ। ଅନେକ ଏହାକୁ "ଡୁମ୍ସଡେ ଫିସ୍" ବା "କିଙ୍ଗ ଅଫ୍ ହେରିଙ୍ଗ୍ସ" ମଧ୍ୟ କୁହନ୍ତି। 

ସାଧାରଣତଃ ଓଅରାଫିସ୍‌ ଗଭୀର ସମୁଦ୍ରର ପ୍ରାଣୀ। ଆଠ ମିଟର ପର୍ଯ୍ୟନ୍ତ ଲମ୍ବା। ୪୦୦ କେଜି କିଲୋଗ୍ରାମରୁ ଅଧିକ ଓଜନର। ଏହାକୁ ହେରିଂର ରାଜା ମଧ୍ୟ କୁହାଯାଏ। ଏହି ବିଶାଳ ଜଳଚର ପ୍ରାଣୀକୁ 'ବିପଦର ଆଗମନକାରୀ' ବୋଲି ବିବେଚନା କରାଯାଏ। ଓଅରାଫିସ ଦେଖିବା ଅତ୍ୟନ୍ତ ବିରଳ। କାରଣ ଏହା ସମୁଦ୍ରରେ ପ୍ରାୟ ୧୫୦ରୁ ୫୦୦ ମିଟର ଗଭୀରତାରେ ବାସ କରେ। ସାଧାରଣତଃ ମଣିଷ ଆଖିରୁ ଏମାନେ ଦୂରରେ ରୁହନ୍ତି। ଏଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡିତ ବୋଲି କୁହାଯାଏ। ଯଦିଓ ବୈଜ୍ଞାନିକମାନେ ଏହି ଧାରଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

ତାମାସିଆ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ପରିବେଶବିତ୍ ନେଭିଲ୍ ବାରେଟ୍ କହିଛନ୍ତି ଯେ ଓଅରାଫିସ୍ ଦେଖିବା ଅତ୍ୟନ୍ତ ବିରଳ। କାରଣ ଏମାନେ ଗଭୀର ସମୁଦ୍ରରେ ବାସ କରନ୍ତି, ଯେଉଁଠାରେ ମଣିଷଙ୍କ ଉପସ୍ଥିତି କମ୍ ଥାଏ। ଏକ ଧୀର ଗତିଶୀଳ ତଥା ଅଳସୁଆ ମାଛ। ଏହାର ମାଂସପେଶୀ ବହୁତ କମ୍ ଥାଏ। ଏହା ସାଧାରଣତଃ ପାଣିରେ ଧୀରେ ପହଁରେ। ପ୍ରାୟତଃ ପ୍ଲାଙ୍କଟନ୍ ଖାଏ।'ସାମୁଦ୍ରିକ ଜୀବବିଜ୍ଞାନୀ ଜୋରଜା ଗିଲମୋର୍ 2022 ମସିହାରେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ସମାନ ବିରଳ ମାଛ ଦେଖିବାର ଅଭିଜ୍ଞତା ସେୟାର କରିଥିଲେ। କିନ୍ତୁ ରବର୍ଟସନ୍ ଏହି ଫଟୋ ସେୟାର କରିବାର କିଛି ସମୟ ପରେ ସ୍ଥାନୀୟ ବନ୍ୟପ୍ରାଣୀ ମାଛର ମୃତଦେହ ଖାଇ ଦେଇଥିଲେ। ବୈଜ୍ଞାନିକମାନଙ୍କ ପାଇଁ ଏହାକୁ ଅଧ୍ୟୟନ କରିବା ସମ୍ଭବ ନଥିଲା। 

ଜାପାନବାସୀଙ୍କ ବିଶ୍ୱାସ, ଓଅରାଫିସକୁ ଏକ ବିପର୍ଯ୍ୟୟକାରୀ ମାଛ କୁହାଯାଏ। କାରଣ ଭୂପୃଷ୍ଠ ପାଖରେ ଏହାକୁ ଦେଖିବା ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାଭାସ ଭାବରେ ବିବେଚନା କରାଯାଏ। କିଛି କ୍ଷେତ୍ରରେ, ଲୋକମାନେ ରିପୋର୍ଟ କରିଥିଲେ ଯେ ବଡ଼ ଭୂମିକମ୍ପ ପୂର୍ବରୁ, ବିଶେଷକରି ଜାପାନରେ ଓଅରାଫିସ୍ କୂଳକୁ ଆସିଥିଲା। ସେମାନଙ୍କ ବିଶ୍ୱାସ ଓଅରାଫିସ୍ ପାଣି ତଳେ ଭୂକମ୍ପୀୟ କାର୍ଯ୍ୟକଳାପ ଅନୁଭବ କରେ। ମଣିଷକୁ ସତର୍କ କରିବା ପାଇଁ ପୃଷ୍ଠକୁ ଆସେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.