ସାଇଡମରାକୁ କେନ୍ଦ୍ର କରି ତାତିଲେ ଅଟୋ ଚାଳକ, ଆମ ବସକୁ ଅଟକାଇଲେ ଧାରଣାରେ ବସିଲେ

NEWS7
muslim-man-donate-his-land-for-hanuman-temple-in-banglore

ଭୁବନେଶ୍ଵର: ସାଇଡମରାକୁ କେନ୍ଦ୍ର କରି ତାତିଲେ ଅଟୋ ଚାଳକ।  ଆମ ବସ ଡ୍ରାଇଭର ଜଣେ  ଅଟୋ ଚାଳକଙ୍କୁ ଦୁଃବ୍ୟବହାର କରିବା ସହ ମାଡ଼  ମାରିଥିବା ଅଭିଯୋଗ ଆଣି ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଆମ  ବସ ଗୁଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ ଶହ ଶହ ଅଟୋ ଚାଳକ। ରାସ୍ତା ଉପରେ ଆମ ବସ ଆଗରେ ବସି ପ୍ରତିବାଦ କରିଥିଲେ।   ଆକ୍ରମଣ କରିଥିବା ଆମ ବସ ଡ୍ରାଇଭର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ସମୟ ଧରି ଆମ ବସ ଗୁଡ଼ିକ ଅଟକାଇଥିଲେ।

ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ପ୍ରତିବାଦ  କରିଥିଲେ। ଅଟୋ ଚାଳକଙ୍କୁ ଆମ ବସ କର୍ମଚାରୀ ମାଡ ମାରିଥିବା  ଅଭିଯୋଗରେ ଭୁବନେଶ୍ୱର ବରମୁଣ୍ଡା  ଠାରେ  ଆମ ବସକୁ ଅଟୋ  ଚାଳକ ମାନେ ଅଟକାଇଥିଲେ ।   ଯାହା ଫଳରେ ବରମୁଣ୍ଡା ବସ ବସଷ୍ଟାଣ୍ଡ ରୁ  ଆମ  ବସ  ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରତିବାଦରେ ଅଟୋ ଚାଳକମାନେ ରାସ୍ତା ଉପରେ  ଅଟୋ ରଖି ରାସ୍ତା ରୋକ କରିଥିଲେ । ଖବର ପାଇ  ଘଟଣାରେ ସ୍ଥଳରେ ପୋଲିସ ପହଞ୍ଚି  ଉତ୍ୟକ୍ତ ଅଟୋ ଚାଳକଙ୍କୁ ବୁଝା ସୁଝା ପରେ ପରେ ଗାଡ଼ି   ଚଳାଚଳ ସ୍ଵାଭାବିକ ହୋଇଥିଲା। 

ଜୋନ ୩ ଏସିପି ତାପସ ପ୍ରଧାନ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । ତେବେ ତଦନ୍ତରେ  ଯିଏ ଭୁଲ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ  ପୋଲିସ କଠୋର ହେବ ବୋଲି କହିଛନ୍ତି । ତେବେ ଏଇ ଘଟଣାକୁ ନେଇ ଉଭୟ  ବରମୁଣ୍ଡା ଫ୍ଲାଇଓଭର ଓ ତଳ ସର୍ଭିସ  ରାସ୍ତାରେ  ଦୀର୍ଘ ସମୟ ଧରି ଆମବସ ଅଟକି ରହିଥିଲା । ଆମ ବସ ପ୍ରାୟ ୨ ଘଣ୍ଟା ଧରି ଅଟକି ରହିଥିଲା।