ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ବିଜୟଙ୍କ ପ୍ରତିକ୍ରିୟା, କହିଲେ ବିଶ୍ୱାସଘାତକ କିଏ ବିଚାର କରିବେ ଲୋକେ

NEWS7
murshidabad-violence-over-150-arrested

ଭୁବନେଶ୍ୱର ୧୬/୦୧: ବିଜେଡିରୁ ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଲେ ବିଜୟ ମହାପାତ୍ର । ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ବିଜୟ ମହାପାତ୍ରଙ୍କ ବଡ଼ ବୟାନ । କହିଲେ କାର୍ଯ୍ୟାନୁଷ୍ଠାନ ପଛରେ ଥାଇପାରେ ଷଡଯନ୍ତ୍ର । ଚର୍ଚ୍ଚାରେ କଣ ଅଛି । ଦଳ ବିରୋଧୀ ପାଇଁ ନିଲମ୍ବନ କରିଛନ୍ତି ।

ବିଜେଡି ଏକ ଦଳ ସେ ତାଙ୍କ ପଦକ୍ଷେପ ନେଇଛନ୍ତି । ବିଶ୍ୱାସଘାତକ କଣ ହେଇଛି ସେମାନେ କହିବେ ମୁଁ ଜାଣିବାରେ କିଛି ଘଟିନି । ଓଡ଼ିଶାର ଲୋକେ ଅପେକ୍ଷା କରୁଛନ୍ତି କାରଣ କଣ ଜାଣିବା ପାଇଁ । କାହା ପାଖରେ କଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ । ଭବିଷ୍ୟତ କଥା କିଏ କହିବ । ଅରବିନ୍ଦ ମହାପାତ୍ର ମୋ ସମ୍ପର୍କରେ ନବୀନଙ୍କ ସହ କିଛି ଆଲୋଚନା କରିନି ।

କଣ ହେଇଛି ଆକଳନ କରିବା କଷ୍ଟ । ଦଳରେ ଥିଲା ଆଉ ଦଳୀୟ ଲାଇନ କଣ । ନବୀନଙ୍କ ଦସ୍ତଖତରେ ଆସିଛି ଆଉ ନିଷ୍ପତି କଣ । ଓଡ଼ିଶା ଲୋକ ଜାଣିଲେ ଏଇଟା ଭଲ ହେଲା । ଏହା ପଛରେ ଷଡଯନ୍ତ୍ର ଥାଇପାରେ । ଦଳରେ ଯେଉଁ ଲୋକ ତାଙ୍କ ସାଙ୍ଗରେ ଅଛନ୍ତି ତାଙ୍କ କଥା ବୁଝିବ ଏରିଆ କଥା ବୁଝିବ ଏହା ପରାମର୍ଶ ଦେବି । ବିଶ୍ବାସଘାତକ କିଏ ଲୋକେ କହିବେ ବୋଲି କହିଛନ୍ତି ବିଜୟ ।