ରାୟଗଡା: ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ। ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଲଗାଇଲେ କୋର୍ଟ। ରାୟଗଡା ଅତିତିକ୍ତ ଜିଲ୍ଲା ଦୌରା ଜର୍ଜ ଅଳ୍ପନା ସ୍ୱାଇଁ ଏହି ରାୟ ଶୁଣାଇଛନ୍ତି। ଏହି ଘଟଣା ୨୦୨୨ ସେପ୍ଟେମ୍ବର ୩ ତାରିଖରେ ଘଟିଥିଲା।
ଦୋଷୀ ରସିକ ପ୍ରଧାନୀ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ଗ୍ରାମର ରୀମା ମାଝୀଙ୍କୁ ଗଳI କIଟି ହତ୍ୟା କରିବା ସହ ରୀମାର ସାଙ୍ଗକୁ ମରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ଝିଅର ବାପା ଦୁର୍ଯ୍ୟ ମାଝୀ ଟିକିରି ଥାନାରେ ଅଭିଯୋଗ କରିଥିଲେ I ରସିକ ରୀମାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା I ରୀମା ମନା କରିବାରୁ ହାତୋତ୍ସlହ ହୋଇ ଏକ ମରଣାସ୍ତ୍ରରେ ଗଳା କାଟି ଦେଇଥିଲାI ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟଗଡା ଅତିତିକ୍ତ ଜିଲ୍ଲା ଦୌରା ଜର୍ଜ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Also read: ସମ୍ପତ୍ତି ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା : ଧରାପଡିଗଲା ମିଛ ନାଟକ, ଶେଷରେ ବନ୍ଧାହେଲେ ମହିଳା