ବାରଙ୍ଗ: ବାରଙ୍ଗ ଥାନା ବ୍ରାହ୍ମଣୀ ଗାଁରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଯମୁନା ରାଉତକୁ ନନ୍ଦନକାନନ ଥାନା ଝିଙ୍କିରିଆ ଅଞ୍ଚଳରୁ ଗିରଫ କରିଛି ପୋଲିସ।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ନିଜ ଘରେ ଏକୁଟିଆ ରହୁଥିବା ୭୫ ବର୍ଷୀୟା ବୃଦ୍ଧା ବାସନ୍ତୀ ବେହେରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଯମୁନା। ସମ୍ପତ୍ତି ହାତେଇବାକୁ ଯମୁନା ଏହି ହତ୍ୟା କରିଥିଲା।
ବଡ଼ କଥା ହେଲା ବାସନ୍ତୀ ବେହେରା ନିଜ ଘରେ ଏକୁଟିଆ ରହୁଥିଲେ। ଯାହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରୁ ସମ୍ପତ୍ତି ଲୁଟ କରିବାର ଉପାୟ ପଞ୍ଚିଥିଲା। ଆଉ ସୁଯୋଗ ଦେଖି ବୃଦ୍ଧାଙ୍କୁ ହତ୍ୟା କରି ଅନେକ କିଛି ସମ୍ପତ୍ତି ଲୁଟ କରି ଫେରାର ମାରିଥିଲା। ତେବେ ପୋଲିସ ଅଧିକ ତଥ୍ୟ ପ୍ରମାଣ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ଦେଇଛନ୍ତି କଟକ ଡିସିପି।