ମୋହନା ୧୧।୦୮ : ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ କାତିରେ ହାଣି ହତ୍ୟା କଲା ସ୍ୱାମୀ । ମୃତକ ରେଶମା ବାଗସିଂ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ଖବର ଅନୁଯାୟୀ, ରବିବାର ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀ ମୋହନା ବଜାରକୁ ବୁଲିବାକୁ ଆସିଥିଲେ । ରାତି ପ୍ରାୟ ୧୦ଟା ସମୟରେ ଉଭୟ କାଙ୍କୁଣୀ ଗାଁକୁ ଫେରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯେଉଁଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କାତିରେ ସ୍ତ୍ରୀ ରେଶମାର ବେକ ଓ ମୁହଁକୁ ହାଣି ଦେଇଥିଲା । ଯାହାପରେ ରେଶମା ଗୁରୁତର ହୋଇଥିଲେ । ଏହାପରେ ପରିବାର ଲୋକେ ବିଳମ୍ବିତ ରାତିରେ ରେଶମାକୁ ମୋହନା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାକି ମୋହନା ଥାନା ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଏହାସହ ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂକୁ ଥାନାରେ ମଧ୍ୟ ଅଟକ ରଖିଛି ।