ଭଞ୍ଜନଗର ୦୫।୦୬ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଶାଳୀକୁ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ । ମୃତକ ଚଢେୟାପଲ୍ଲୀ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଚଢ଼େୟା ପଲ୍ଲୀ ଗ୍ରାମର ବିଜୟଲକ୍ଷ୍ମୀ ତ୍ରିପାଠୀ ଘରେ ଥିଲେ । ଏହି ସମୟରେ ଭିଣୋଇ ହଠାତ୍ ଘର ଭିତରକୁ ପ୍ରବେଶ କରି ବିଜୟଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଅତି ବିଭତ୍ସ ଭାବେ ଶାଳୀକୁ ହତ୍ୟା କରିଛି ଭିଣୋଇ ।ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଜମିଜମା ବିବାଦରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡିକାଲକୁ ପଠାଇଛି । ଶବ ବ୍ୟବଚ୍ଛେଦ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା ରହିଛି ।