ଶ୍ରୀମାନଗରରେ ଅଘଟଣ, ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Published By : Prameya-News7 Bureau | August 11, 2025 IST

ବ୍ରହ୍ମପୁର ୧୧।୦୮ : ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଶକ୍ତିନଗର ସ୍ଥିତ ଶ୍ରୀମାନଗରରେ ଅଘଟଣ । ଦୁର୍ବୁତ୍ତଙ୍କ ଆକ୍ରମଣରେ ମା ମୃତ, ଝିଅ ଗୁରୁତର। ଘର ଭିତରେ ପଶି ମାଆ-ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଗାୟତ୍ରୀ ସ୍ୱାଇଁ , ବାକି ଗୁରୁତର ଝିଅ ନିଲମ ସ୍ୱାଇଁଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି। 

ଖବର ଅନୁଯାୟୀ, ଗତ ୩ ତାରିଖଠୁ ମୃତକଙ୍କ ପରିବାର ଶ୍ରୀମାନଗରରେ ଭଡ଼ାରେ ରହୁଥିଲେ ।ମୃତକ ମହିଳାଙ୍କ ସ୍ୱାମୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଛନ୍ତି। ଘର ଭିତରେ ପଶି ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ବେଳେ ନାବାଳିକାକୁ ଘାତକ ଆକ୍ରମଣ କରିଛନ୍ତି । ଘର ଭିତରେ ହତ୍ୟା କରିଥିବା ବେଳେ ବାହର ପଟୁ ତାଲା ପକାଇଥିଲେ। କିଛି ସମୟ ପରେ ସନ୍ଦେହ ହେବାରୁ ଘର ମାଲିକ ମୃତକ ମହିଳାଙ୍କ ସ୍ୱାମୀଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ।ତେବେ କେମିତି ହତ୍ୟା କରିଲେ, ସେନେଇ କିଛି ଜାଣିନଥିବା ପରିବାର ଏବଂ ସମ୍ପର୍କୀୟ କହିଛନ୍ତି। 

ଅନ୍ୟପଟେ କେହି ପରିଚିତ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥାଇପାରନ୍ତି ବୋଲି ଏସ୍‌ପି କହିଛନ୍ତି । ଗତ କିଛି ଦିନ ପୂର୍ବେ ମହିଳା ନିଖୋଜ ଥିବା ନେଇ ବଡ଼ବଜାର ଥାନାରେ ସ୍ୱାମୀ ଏତଲା ଦେଇଥିଲେ । ହେଲେ ପରେ ମହିଳା ଜଣଙ୍କ ଘରକୁ ଫେରିଆସିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ସାଇଣ୍ଟିଫିକ୍‌ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍ କରୁଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.