ମୁମ୍ବାଇ ୧୭।୮: ମୁମ୍ବାଇରେ ଦହି ହାଣ୍ଡି ଉତ୍ସବର ସବୁ ପିଛିଲା ରେକର୍ଡ ଭାଙ୍ଗିଛି। ଦହି ହାଣ୍ଡିରେ ଜାଗେଶ୍ୱରୀର କୋଙ୍କଣ ନଗର ଗୋବିନ୍ଦା ପଥକ ୧୦ଟି ହ୍ୟୁମାନ ପିରାମିଡ ତିଆରି କରି ଇତିହାସ ରଚିଛି। ଏହା ଛଡା ମୁମ୍ବାଇର ପ୍ରସିଦ୍ଧ ଜୟଜବାନ ଗୋବିନ୍ଦା ପଥକ ୧୦ ଥର ଲଗାଇ କୋଙ୍କଣ ନଗର ରେକର୍ଡ ସହ ସମକକ୍ଷ ହୋଇଛି। ମୁମ୍ବାଇ ଓ ଠାଣେରେ ଏଥର ଦହି ହାଣ୍ଡି ଉତ୍ସବର ଅନେକ ବଡ଼ ଆୟୋଜନ ହୋଇଥିଲା।
ଉତ୍ସବରେ ଅଭିନେତା ନିର୍ଦ୍ଦେଶକ ପ୍ରଭୀଣ ତରଡେ, ଅଭିନେତା ହାର୍ଦ୍ଦିକ ଯୋଶୀ, ମରାଠୀ ବିଗବସ୍ ଫେମ ଇରିନାଙ୍କ ସମେତ ଅନେକ ନାମୀଦାମୀ କଳାକାର ଉପସ୍ଥିତ ଥିଲେ। ଦହି ହାଣ୍ଡି ସଲାମୀ ଲାଗି ବନ୍ଦେ ମାତରମ ସଂଘ, ନଟରାଜ ସଂଘ, ଭୋଇରାଜ ସଂଘ, ଗଣେଶ ମିତ୍ରମଣ୍ଡଳ, ଗଣେଶ ମହିଳା ଗୋବିନ୍ଦା ପଥକ, ଇନ୍ଦ୍ରେଶ୍ୱର ସଂଘ (ଇନ୍ଦାପୁର) ଓ ଶିବକନ୍ୟା ଗୋବିନ୍ଦା ପଥକ (ଚେମ୍ବୁର-ମୁମ୍ବାଇ) ସମେତ ଅନେକ ପଥକ ଉପସ୍ଥିତ ଥିଲେ।
ଏ ବର୍ଷ ଡିଜେ ମୁକ୍ତ ଦହି ହାଣ୍ଡି ଉତ୍ସବକୁ କେବଳ ଧାର୍ମିକ ଉତ୍ସବ ନୁହେଁ ବରଂ ସାମାଜିକ ବାର୍ତ୍ତା ରୂପେ ଏବେ ଦେଖାଯାଉଛି। ଡିଜେ ସ୍ଥାନରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ଉପରେ ଗୁରୁତ୍ୱ ଦିଆଯିବା ଯୋଗୁ ନା କେବଳ ଧ୍ୱନିପ୍ରଦୂଷଣ ହ୍ରାସ ହୋଇଛି ସହରରେ କଳାକାରଙ୍କୁ ମଧ୍ୟ ମଞ୍ଚ ମିଳିଛି। ଆୟୋଜକ କହିଛନ୍ତି ଯେ ଆଗାମୀ ବର୍ଷମାନଙ୍କରେ ଏହି ପରି ଦହି ହାଣ୍ଡି ଉତ୍ସବ ଓ ଗଣେଶ ଉତ୍ସବ ଆୟୋଜନ କରାଯିବ। ଯାହା ଦ୍ୱାରା ପାର୍ବଣରେ ପାରମ୍ପରିକ ଓ ଆଧୁନିକତା ମଧ୍ୟରେ ସମନ୍ୱୟ ସ୍ଥାପିତ ହେବ। ସେହିପରି ପୁଣେରେ ମଧ୍ୟ ପ୍ରଥମ ଥର ଡିଜେ ମୁକ୍ତ ଦହି ହାଣ୍ଡି ଉତ୍ସବ ପାଳିତ ହୋଇଛି।