U19 ଟିମ୍‌ର ନୂଆ କ୍ୟାପ୍ଟେନ୍ ହେଲେ ବୈଭବ ସୂର୍ଯ୍ୟବଂଶୀ ! ବିସିସିଆଇର ବଡ ନିଷ୍ପତ୍ତି

NEWS7
mumbai-airport-will-now-put-burden-on-pockets-of-passengers

ନୂଆଦିଲ୍ଲୀ, ୨୮/୧୨: ଅଧିନାୟକ ହେଲେ ବୈଭବ ସୂର୍ଯ୍ୟବଂଶୀ । ବିସିସିଆଇ ନେଲା ବଡ ନିଷ୍ପତ୍ତି । ଶନିବାର ବିସିସିଆଇର କନିଷ୍ଠ କ୍ରିକେଟ୍ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ଏହି ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ କ୍ୟାପ୍ଟେନ୍ କରାଯାଇଛି । ସେ ଦଳର ନେତୃତ୍ୱ ନେବେ ।

ରିପୋର୍ଟ ଅନୁସାରେ, ଜାନୁଆରୀ ୧୫ରୁ ଫେବ୍ରୁଆରୀ ୬ ମଧ୍ୟରେ ଅଣ୍ଡର-19 ବିଶ୍ୱକପ୍ ଖେଳାଯିବ । ଯାହା ଜିମ୍ବାଓ୍ୱେ ଏବଂ ନାମିବ୍ୟାରେ ଖେଳାଯିବ । ଏହାପୂର୍ବରୁ ଭାରତୀୟ ଯୁବ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ । ଏଥିରେ ୧୪ ବର୍ଷୀୟ ବୈଭବଙ୍କୁ ବଡ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଣ୍ଟାରେ ଆହତ ଜନିତ ସମସ୍ୟା ପାଇଁ ଆୟୁଷ ମାତ୍ରେ ବାଦ୍ ପଡିବା ପରେ ବୈଭବଙ୍କ ଉପରେ ଭରସା କରିଛି ଦଳ । ସେହିପରି ବିଶ୍ୱକପ୍ ଟିମର ଉପ ଅଧିନାୟକ ବିହାନ ମଲହୋତ୍ରା ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ପଡିଛନ୍ତି ।

ଅଣ୍ଡର-୧୯ ଏସିଆ କପ୍ ବେଳେ ଆୟୁଷ ଏବଂ ବିହାନଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଯେଉଁଥିପାଇଁ ଉଭୟଙ୍କୁ ବିଶ୍ରାମ ଦିଆଯାଇଛି । ସେମାନେ ସୁସ୍ଥ ହୋଇ ବିଶ୍ୱକପ୍ ଟିମରେ ସାମିଲ ହେବେ । ଆୟୁଷ ଏବଂ ବିହାନ ଏବେ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଅଛନ୍ତି । ସେଠାରେ ସେମାନଙ୍କ ଫିଜିଓଥେରାପି ସହ ପ୍ରାକ୍ଟିସ୍ ଚାଲିଛି ।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଟିମ୍

ବୈଭବ ସୂର୍ଯ୍ୟବଂଶୀ, ଆରୋନ୍ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଗ୍ୟାନ୍ କୁଣ୍ଡୁ, ହରଭଂସ ସିଂ, ଆରଏସ ଅମ୍ବରିଶ, କନିଷ୍କ ଚୌହାନ, ଖିଲାନ୍ ଏ ପଟେଲ, ମହମ୍ମଦ ଏନାନ, ହେନିଲ ପଟେଲ, ଡି ଦିପେଶ, କିଶାନ କୁମାର ସିଂ. ଉଦ୍ଧବ ମୋହନ, ୟୁଭରାଜ ଗୋହିଲ, ରାହୁଲ କୁମାର