Donald Trump: ମାତ୍ର ଗୋଟିଏ ଘଣ୍ଟାରେ ଇରାନକୁ ଧ୍ବଂସ କରିପାରିବି... ପୁଣି ବଡ଼ ଦାବି କଲେ ଟ୍ରମ୍ପ

NEWS7
mumbai police new twist in baba siddiqui murder case

ୱାଶିଂଟନ: ଇରାନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ବୟାନ ଦେଇଛନ୍ତି। ସେ ଇରାନ ବିଷୟରେ କହିଛନ୍ତି, ‘ମୁଁ ପରବର୍ତ୍ତୀ ଗୋଟିଏ ଘଣ୍ଟାରେ ସବୁ କିଛି ଶେଷ କରିପାରିବି, ତା'ପରେ ସେମାନେ ପୁଣି କେବେ ଏକ ରାଷ୍ଟ୍ର ହୋଇପାରିବେ ନାହିଁ। କିନ୍ତୁ ଆମେ ତାହା କରୁନାହୁଁ।’ ସେ କହିଛନ୍ତି, ମୋ ପରାମର୍ଶଦାତା ଖୋଲାଖୋଲି ଭାବରେ ସେମାନଙ୍କର ମତାମତ ପ୍ରକାଶ କରନ୍ତି। ଆମର କିଛି ମତଭେଦ ଅଛି, କିନ୍ତୁ ସେଗୁଡ଼ିକ ବହୁତ ବଡ଼ ନୁହେଁ। ମୁଁ ସେମାନଙ୍କୁ ମୋର ପଥ ଅନୁସରଣ କରିବାକୁ ରାଜି କରାଉଛି।

ଟ୍ରମ୍ପ ଇରାନ ବିଷୟରେ କହିଛନ୍ତି ଯେ, ସେମାନେ ରାସ୍ତାରେ ମେସିନ ଗନ୍ ସାହାଯ୍ୟରେ ଲୋକଙ୍କୁ ଗୁଳି କରୁଛନ୍ତି । ଯଦି କେହି ପ୍ରତିବାଦ କରିବାକୁ ଚାହାଁନ୍ତି, ତାହା ଠିକ ନା ? ମୁଁ ଗୋଟିଏ ଘଣ୍ଟାରେ ସବୁ କିଛି ସମାପ୍ତ କରିପାରିବି । ଗୋଟିଏ ଘଣ୍ଟା ମଧ୍ୟରେ, ଆପଣ ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ନଷ୍ଟ ହେବା ବିଷୟରେ ପଢ଼ିବେ। ଆମେ ଏତେ ଖରାପ କରିପାରିବୁ ଯେ, ଇରାନ କେବେ ଏକ ରାଷ୍ଟ୍ର ଭାବରେ ପୁନଃନିର୍ମାଣ ହୋଇପାରିବ ନାହିଁ । କିନ୍ତୁ ଆମେ ତାହା କରୁନାହୁଁ। ଆମେ ଭଲ ହେବାକୁ ଚେଷ୍ଟା କରୁଛୁ।

ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ଶାସନର ପତନ ହେବ । ହୁଏତ ଶୀଘ୍ର ନୁହେଁ। ଟ୍ରମ୍ପ ମୋଜତାବା ଖାମେନିଙ୍କ ବିଷୟରେ କହିଛନ୍ତି, ‘ସେ ଏପରି ଜଣେ ବ୍ୟକ୍ତି, ଯାହାଙ୍କୁ ତାଙ୍କ ପିତା ମଧ୍ୟ ଚାହୁଁନଥିଲେ। ବହୁତ ଲୋକ ଜାଣିବାକୁ ଚେଷ୍ଟା କରୁଛନ୍ତି, ସେ ବଞ୍ଚିଛନ୍ତି କି ନାହିଁ । ଇରାନ ଶାସନର ପତନ ହେବ, କିନ୍ତୁ ସମୟ ଲାଗିବ ।’ ଟ୍ରମ୍ପ କହିଛନ୍ତି, ‘ଆଗାମୀ ସପ୍ତାହରେ ଆମେ ସେମାନଙ୍କ ଉପରେ ଜୋରଦାର ଆକ୍ରମଣ କରିବୁ।’ ମୋଜତାବାଙ୍କ ବିଷୟରେ ସେ କହିଛନ୍ତି, ମୁଁ ଭାବୁଛି ସେ ଜୀବିତ ଅଛନ୍ତି । ସେ ଗୁରୁତର ହୋଇଛନ୍ତି, କିନ୍ତୁ ମୁଁ ଭାବୁଛି ସେ କୌଣସି ପ୍ରକାରେ ଜୀବିତ ଅଛନ୍ତି। ସେହଭଳି ଇରାନ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଟ୍ରମ୍ପ କହିଛନ୍ତି, ଯେତେବେଳେ ସେମାନେ (ଇରାନ୍‌) ହାଡେ ହାଡେ ଅନୁଭବ କରିବେ, ସେବେ ଯୁଦ୍ଧ ଶେଷ ହୋଇଛି ବୋଲି ଜଣାପଡ଼ି