ମୁଖ୍‌ତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ; ୩୨ ବର୍ଷ ପୁରୁଣା ହତ୍ୟା ମାମଲାରେ ବାରଣାସୀ କୋର୍ଟ ଶୁଣାଇଲେ ଦଣ୍ଡାଦେଶ

Published By : Prameya-News7 Bureau | June 05, 2023 IST

ନୂଆଦିଲ୍ଲୀ: ବାହୁବଳୀ ମୁଖ୍‌ତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ । ବାରଣାସୀ ଏମପି-ଏମଏଲଏ କୋର୍ଟ ୩୨ ବର୍ଷ ପୁରୁଣା ଅଓ୍ବଧେଶ ରାୟ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ୧ ଲକ୍ଷ ଟଙ୍କା ଜୋରିମନା ମଧ୍ୟ ଲଗାଇଛନ୍ତି । ଏହାଛଡ଼ା ଅନ୍ୟଏକ ମାମଲାରେ ୨୦ ହଜାର ଟଙ୍କା ଅତିରିକ୍ତ ଜରିମାନା ଲଗାଇଛନ୍ତି । ଏହି ଅର୍ଥରାଶି ଧାର୍ଯ୍ୟ ସମୟରେ ପଇଠ ନକଲେ ଅଧିକ ୬ ମାସ ଜେଲ୍ ଭୋଗିବେ ବୋଲି କୋର୍ଟ କହିଛନ୍ତି । ଅଓ୍ବଧେଶ ରାୟ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ତର୍ଜମା କରି କୋର୍ଟ ମୁଖ୍‌ତାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଏମପି-ଏମଏଲଏ କୋର୍ଟଙ୍କ ଶୁଣାଣି ବେଳେ  ମୁଖ୍‌ତାର ଅନସାରୀ ବନ୍ଦା ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲା । ସେ ପ୍ରଥମେ ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ । ପରେ ବୟସ ଅଧିକ ହୋଇଥିବାରୁ ସଜା କମ୍ କରିବାକୁ ନ୍ୟାୟଧୀଶଙ୍କୁ ଗୁହାରି କରିଥିଲେ । ପୂର୍ବଞ୍ଚଳରେ ଅତଙ୍କ ସୃଷ୍ଟି କରୁଥିବା ମାଫିଆ ମୁଖ୍‌ତାର ଅନସାରୀ ଏବଂ ତା’ ଗ୍ୟାଙ୍ଗକୁ କୋର୍ଟଙ୍କ ଏହି ରାୟ ବଡ ଝଟକା ଲାଗିଛି । ଏହା ମାଫିଆଙ୍କ ବିରୋଧରେ ଏପର୍ଯ୍ୟନ୍ତ ସର୍ବାଧିକ ସଜା ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ରାଜି ହେଉନି କି କଂଗ୍ରେସ ? ଜୁନ ୨୩କୁ ଘୁଞ୍ଚିଲା ବିରୋଧୀଙ୍କ ମହାବୈଠକ

ସୂଚନାଥାଉକି, ୩ ଅଗଷ୍ଟ ୧୯୯୧ରେ କଂଗ୍ରେସ ନେତା ଅଓ୍ବଧେଶ ରାୟ ନିଜ ଘର ବାହାରେ ଭାଇ ଅଜୟ ରାୟଙ୍କ ସହ ଛିଡ଼ା ହୋଇଥିବା ସମୟରେ ଦୁର୍ବୁତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଘଟଣାରେ ଅଜୟ ରାୟ ଅଳ୍ପକେ ବର୍ତ୍ତିଯାଇଥଲେ। ହତ୍ୟାକୁ ନେଇ ଅଜୟ ରାୟ ଚେତଗଞ୍ଜ ଥାନାରେ ମୁଖତାର ଅନସାରୀ, ଭୀମ ସିଂହ, କମଲେଶ ସିଂହ, ରାକେଶ ନାଇ ଏବଂ ପୂର୍ବତନ ବିଧାୟକ ଅବଦୁଲ କଲାମଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ମାମଲା ୩୨ ବର୍ଷରୁ କୋର୍ଟରେ ବିଚାରାଧୀନ ରହିଥିଲା। ଆଉ ଏବେ ତାଙ୍କୁ ନ୍ୟାୟ ମିଳିଛି।

ଆହୁରି ପଢ଼ନ୍ତୁ: ମଣିପୁରରେ କିପରି ଘଟିଲା ହିଂସା ? ଅବସରପ୍ରାପ୍ତ ଜଜ୍‌ଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କଲା ଗୃହ ମନ୍ତ୍ରାଳୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.