ମଣିପୁରରେ କିପରି ଘଟିଲା ହିଂସା ? ଅବସରପ୍ରାପ୍ତ ଜଜ୍‌ଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କଲା ଗୃହ ମନ୍ତ୍ରାଳୟ

Published By : Prameya-News7 Bureau | June 04, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ରବିବାର ମଣିପୁରରେ ହୋଇଥିବା ହିଂସା ଘଟଣାର କାରଣ ଜାଣିବା ପାଇଁ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ କରିଛନ୍ତି । ଏହି ଆୟୋଗର ଅଧ୍ୟକ୍ଷତା ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜୟ ଲାମ୍ୱା କରିବେ । ଏହାସହ ଆୟୋଗରେ ପୂର୍ବତନ ଆଇଏଏସ ଅଧିକାରୀ ହିମାଂଶୁ ଶେଖର ହାସ ଏବଂ ପୂର୍ବତନ ଆଇପିଏସ ଅଧିକାରୀ ଆଲୋକ ପ୍ରଭାବର ସାମିଲ ଅଛନ୍ତି ।

ଗୃହ ମନ୍ତ୍ରାଳୟ ଅନୁସାରେ, ଆୟୋଗ ମଣିପୁରରେ ହିଂସା କାରଣ ଏବଂ ପ୍ରସାର ସହ ଦଙ୍ଗାର ଯାଞ୍ଚ କରିବେ । ତିନି ସଦସ୍ୟ ବିଶିଷ୍ଟ ଆୟୋଗକୁ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦାଖଲ କରାଇବା ପାଇଁ ଛଅ ମାସ ଦିଆଯାଇଛି । ଏହି ଅବଧିରେ ଦଙ୍ଗା ଏବଂ ଏହା ପଛର ସବୁ କାରଣ ଖୋଜାଯିବ ।

ପଢନ୍ତୁ: ମଣିପୁର ହିଂସା: ଏନଏଚରୁ ଅବରୋଧକ ହଟାଇବାକୁ ଅମିତ ଶାହଙ୍କ ଅପିଲ୍‌

ଗୃହ ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ଏକ ମାସ ଧରି ମଣିପୁରରେ ଜାରି ହିଂସାର ନ୍ୟାୟିକ ତଦନ୍ତ ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି ଏବଂ ୬ ମାମଲାର ସିବିଆଇ ତଦନ୍ତ ପାଇଁ ଘୋଷଣା କରିଥିଲେ ।

ଗୃହ ମନ୍ତ୍ରୀ ଅମିତ୍ ଶାହ ହିଂସାଗ୍ରସ୍ତ ମଣିପୁରରେ ନିଜ ଚାରି ଦିନିଆ ଗସ୍ତର ଶେଷ ଦିନରେ ସମସ୍ତ ପକ୍ଷରୁ ନିବେଦନ କରି ନିଜ ହତିଆର ସୁରକ୍ଷାବଳ ଏବଂ ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ କହିଥିଲେ । ଏହାସହ ହତିଆର କିମ୍ୱା ଗୋଳା-ବାରୁଦ ରଖିଥିବା ବ୍ୟକ୍ତିଙ୍କ ବିରୋଧର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।

READ ALSO: ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଆନ୍ଧ୍ର ସରକାର, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.