ମୁମ୍ଵାଇ ୧୪।୦୪; ଅଭିନେତା ମୁକେଶ ଖାନ୍ନାଙ୍କୁ କିଏ ବା ନ ଜାଣେ । ସେ ଜଣେ ଚର୍ଚ୍ଚିତ ଚେହେରାର ବ୍ୟକ୍ତିତ୍ତ୍ବ । ଶକ୍ତିମାନ ସିରିଏଲ କରି ଘରେ ଘରେ ଘରେ ହୋଇଥିଲେ ଲୋକପ୍ରିୟ । ଏତିକି ନୁହେଁ ବରଂ ମହାଭାରତରେ ଭୀଷ୍ମ ପିତାମହ ରୂପେ ଘରେ ଘରେ ବେଶ୍ ପରିଚିତ ମୁକେଶ ଖାନ୍ନା । ମୁକେଶଙ୍କର ସେହି ଚରିତ୍ର ଲୋକଙ୍କ ମନରେ ଏବେ ବି ଜୀବନ୍ତ ହୋଇ ରହିଛି । ଏବେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି ମୁକେଶ ଖାନ୍ନା । କପିଲଙ୍କ ଶୋକୁ ନଯିବାର କାରଣ ମଧ୍ୟ କହିଛନ୍ତି ।
ମୁକେଶ ଖାନ୍ନା ମୁହେଁ ମୁହେଁ କଥା କହିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି । ଆୱାର୍ଡ ଶୋ ସମୟରେ କପିଲ ଶର୍ମା ତାଙ୍କୁ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି । ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ରାଗିଛନ୍ତି ମୁକେଶ ଖାନ୍ନା । ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ହୋଇନାହିଁ ବରଂ ତାଙ୍କ ଉପରେ ଥିବା କର୍ତ୍ତବ୍ୟକୁ ବୋଧ ହୁଏ କପିଲ ଭୁଲିଯାଇଛନ୍ତି । ଯାହା ତାଙ୍କୁ ବହୁତ ଖରାପ ଲାଗିଥିଲା । ତେଣୁ ସେ କପିଲ ଶର୍ମାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି । ଯେଉଁଥି ପାଇଁ ସେ କପିଲ ଶର୍ମାଙ୍କ ଶୋକୁ ଯିବାକୁ ମନା କରିଦେଇଥିଲେ ।
ଆହୁରି ମଧ୍ୟ କହିଛନ୍ତି ଯେ, ଆୱାର୍ଡରେ ମୁକେଶଙ୍କ ବ୍ୟତୀତ କପିଲ ଶର୍ମାଙ୍କୁ ମଧ୍ୟ ନମନ୍ତ୍ରଣ କରାଯାଇଥିଲା । କପିଲ ତାଙ୍କ ପାଖରେ ଆସି ଲଗାତାର ୨୦ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ପାଖରେ ବସି ରହିଥିଲେ । କିନ୍ତୁ ମୁକେଶଙ୍କୁ ପ୍ରଣାମ କି କୌଣସି ଅଭିବାଦନ ଜଣାଇ ନଥିଲେ । ଯାହା ତାଙ୍କୁ ଅପମାନ ଲାଗିଥିଲା । ମୁକେଶ ଖାନ୍ନା ବରିଷ୍ଠ ଅଭିନେତା ହୋଇଥିବାରୁ ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି । କିନ୍ତୁ କପିଲ ମନ୍ଦ ଆଚରଣ ଦେଖାଇଥିଲେ।