ଲାଇଭ୍ ମ୍ୟାଚ୍‌ରେ ମୁମ୍ବାଇର ଜଣେ ଖେଳାଳିଙ୍କୁ ବ୍ୟାଟ୍‌ରେ ପିଟିଲେ MSD....ଭିଡିଓ ଭାଇରାଲ୍...

Published By : Prameya-News7 Bureau | March 24, 2025 IST

ମୁମ୍ୱାଇ ୨୪/୦୩: ମାର୍ଚ୍ଚ ୨୩, ଚେପକରେ ଜମିଥିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ୱାଇ ମଧ୍ୟରେ ଆଇପିଏଲ୍ ମୁକାବିଲା । ପ୍ରଶଂସକମାନେ ଭାବୁଛନ୍ତି କି, IPL ୨୦୨୫ର ଏହାଠାରୁ ଭଲ ଆରମ୍ଭ ହୋଇପାରିବନି । ନୂତନ ସିଜିନର ପ୍ରଥମ ମ୍ୟାଚ୍ ଘରୋଇ ଗ୍ରାଉଣ୍ଡ ଚେପକ ଷ୍ଟାଡିୟମରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ ଚେନ୍ନାଇର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଥିଲା । ଚେନ୍ନାଇ ଦଳ ଏହି ମ୍ୟାଚ୍‌କୁ ବହୁତ ସହଜରେ ଜିତିନେଇଥିଲା । 

ଦଳର ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନିଙ୍କ ରଣନୀତି ଏହି ବିଜୟକୁ ଆହୁରି ସ୍ୱତନ୍ତ୍ର କରିଥିଲା । ଧୋନିଙ୍କ ବ୍ୟାଟିଂ ଯାଦୁ ଦେଖାଇବାର ସୁଯୋଗ ମିଳିନଥିଲା । କିନ୍ତୁ ସେ ନିଶ୍ଚିତ ଭାବେ ଦୁଇଟି ବଲ ଖେଳିଥିଲେ । ଖାଲି ବ୍ୟାଟିଂ କରିନଥିଲେ ତ ମୁମ୍ୱାିର ଜଣେ ବୋଲରଙ୍କୁ ବ୍ୟାଟ୍‌ରେ ପିଟିଥିଲେ ମଧ୍ୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଥାଉକି, ଚେପକରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ୪ ୱିକେଟ୍‌ରେ ମୁମ୍ବାଇକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଧୋନି ତାଙ୍କର ଉତ୍କୃଷ୍ଟ ୱିକେଟକିପିଂ ସହିତ ମୁମ୍ବାଇର ସବୁଠାରୁ ବଡ଼ ୱିକେଟ୍ ତାଙ୍କ ଦଳକୁ ଦେଇଥିଲେ । ଆଖି ପିଛୁଳାକେ ସେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଷ୍ଟମ୍ପ ଆଉଟ୍ କରି ଚେପକ ଷ୍ଟାଡିୟମରେ ହଇଚଇ ସୃଷ୍ଟି କରିଥିଲେ। ଷ୍ଟାଡିୟମରେ ଶବ୍ଦ ଶୀର୍ଷରେ ଥିଲା। ଏହା ପରେ, ଯେତେବେଳେ ଧୋନି ୧୯ ତମ ଓଭରରେ ବ୍ୟାଟିଂ କରିବାକୁ ଆସିଲେ । ହୋଲ, ଷ୍ଟାଡିୟମ କମ୍ପିଥିଲା ମାହୀ ମାହୀ ଶବ୍ଦରେ । ଯଦିଓ ଧୋନିଙ୍କ ବ୍ୟାଟରୁ କୌଣସି ରନ ଆସିନଥିଲା । 


ତଥାପି ପ୍ରଶଂସକମାନେ ତାଙ୍କୁ ବ୍ୟାଟିଂ କରିବାକୁ ଆସିବାର ଦେଖିବା ପାଇଁ ଏହା ଯଥେଷ୍ଟ ଥିଲା । ଶେଷରେ ୨୦ ତମ ଓଭରରେ, ରଚିନ ରବିନ୍ଦ୍ରନଙ୍କ ବ୍ୟାଟରୁ ୪ ସହ ମ୍ୟାଚ୍ ବିଜୟୀ ସଟ୍ ଆସିଥିଲା । ଚେନ୍ନାଇର ବିଜୟ ପରେ, ଉଭୟ ଦଳର ଖେଳାଳିମାନେ ପରସ୍ପର ସହିତ ହାତ ମିଳାଇବା ଆରମ୍ଭ କରିଥିଲେ । ଏହି ସମୟରେ ଧୋନି ମୁମ୍ବାଇ ଖେଳାଳିମାନଙ୍କ ସହ କଥା ହେଉଥିଲେ ଓ ହାତ ମିଳାଉଥିଲେ । ଏତିକିବେଳେ ପାଳି ପଡିଥିଲା ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଦୀପକ ଚହର । ତାଙ୍କ ଟର୍ଣ୍ଣ ପଡିବା ପରେ ସେ ବି ତାଙ୍କ ସାମ୍ନାକୁ ଆସିଥିଲେ । ଚହର ଧୋନିଙ୍କୁ କିଛି କହିଥିଲେ । ପରେ ଧୋନି ସଂଗେ ସଂଗେ ତାଙ୍କ ବ୍ୟାଟ୍ ଉଠାଇ ତାଙ୍କୁ ଟିକିଏ ବାଡେଇଥିଲେ । ତେବେ ଏହା ଆକ୍ରୋଶମୂଲକ ନଥିଲା । ମଜ୍ଜା ମଜ୍ଜାରେ ଧୋନୀ ଚହରଙ୍କୁ ପିଟିଥିଲେ । ଚହର ବି ହସି ହସି ଦୌଡିଥିଲେ । 

ପୂର୍ବରୁ ଦୀପକ ଚହର ଲଗାତାର ୭ ସିଜନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ଥିଲେ । ଯେଉଁଠାରେ ସେ ଧୋନିଙ୍କ ଅଧିନାୟକତ୍ୱରେ ସେହି ଦଳ ପାଇଁ ଅନେକ ଚମତ୍କାର ପ୍ରଦର୍ଶନ କରିଥିଲେ। ଧୋନିଙ୍କ ସହ ତାଙ୍କର ବନ୍ଧୁତା ବହୁତ ସ୍ୱତନ୍ତ୍ର । ଯାହା ପଡ଼ିଆ ଭିତରେ ଏବଂ ବାହାରେ ଅନେକ ଥର ଦେଖାଯାଇଛି। ତାଙ୍କୁ ପ୍ରାୟତଃ ଧୋନିଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳେ । ଏଥର ମଧ୍ୟ ସମାନ କିଛି ଘଟିଥିଲା, ହେଲେ ଏଥର ଉଭୟ ଥିଲେ ପ୍ରତିଦ୍ୱନ୍ଦ୍ୱୀ । ଦୁହିଁଙ୍କ ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି ।


  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.