ଆଇପିଏଲ୍‌ରେ ଏମଏସ ଧୋନିଙ୍କ ସନ୍ନ୍ୟାସ ପୂର୍ବରୁ ବଡ ଅପଡେଟ୍, ଯାଇପାରନ୍ତି ଲଣ୍ଡନ

Published By : Prameya-News7 Bureau | May 21, 2024 IST

ଚେନ୍ନାଇ ୨୧/୦୫: ଆଇପିଏଲ୍ ୨୦୨୪ରେ ଏମ୍ଏସ୍ ଧୋନି ଫ୍ୟାନ୍ସଙ୍କୁ ବହୁତ ମନୋରଞ୍ଜନ କରିଥିଲେ । ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତେବେ ଚେନ୍ନାଇ ପ୍ଲେ ଅଫରେ ପହଞ୍ଚି ପାରିିନି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ CSK ଶେଷ ଲିଗ୍ ମ୍ୟାଚ୍ ହାର ପ୍ଲେ ଅଫ୍‌ରୁ ବାଦ୍ ପଡିଛି । 

ବେଙ୍ଗାଲୁରୁ ବିପକ୍ଷ ମ୍ୟାଚକୁ ଧୋନିଙ୍କ ଶେଷ ଆଇପିଏଲ୍ ମ୍ୟାଚ୍ ବୋଲି ଅନେକ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ମାହୀଙ୍କ ଆଇପିଏଲ୍ ଅବସର ପୂର୍ବରୁ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସେ ଆଗକୁ ଲଣ୍ଡନ ଯିବେ । ବାସ୍ତବରେ, ଧୋନି ନିଜେ ଆଇପିଏଲ୍ ୨୦୨୪ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆହତ ଥିଲେ । ଧୋନି ଯନ୍ତ୍ରଣାରେ ଥିଲେ ସିନା କିନ୍ତୁ ସେ ଖେଳିବା ବନ୍ଦ କରିନଥିଲେ । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧୋନିଙ୍କ ଆଘାତ ସମ୍ପର୍କିତ ଖବରରେ କୁହାଯାଇଛି କି, ସେ ଚିକିତ୍ସା ପାଇଁ ଲଣ୍ଡନ ଯିବେ । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଧୋନି ଚିକିତ୍ସା ପରେ ଆଇପିଏଲରୁ ଅବସର ନେଇ ନିଷ୍ପତ୍ତି ନେବେ। ମାହୀ ବର୍ତ୍ତମାନ ଅବସର ବିଷୟରେ କିଛି କହି ନାହାଁନ୍ତି । ଧୋନି ଆଇପିଏଲ୍ ୨୦୨୪ରେ ଆଘାତ ସତ୍ତ୍ୱେ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରିଥିଲେ । ଏମିତିକି ତାଙ୍କ ଷ୍ଟ୍ରାଇକ୍ ରେଟ୍ ବି ଜବରଦସ୍ତ ଥିଲା । ଏବେ ତାଙ୍କ ଆଇପିଏଲ୍‌ରୁ ସନ୍ୟାସ ନେଇ ଚର୍ଚ୍ଚା ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.