୨୦୨୯ ଯାଏଁ ଜାରି ରହିବ ମାହୀ ଜଲଓ୍ୱା ! ଖୁଲାସା କଲେ ପୂର୍ବତନ କ୍ରିକେଟର

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ ୨୨/୦୩: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ । କ୍ୟାପଟେନ୍ କୁଲ୍ । ଆଇପିଏଲ୍ କିଙ୍ଗ । କ୍ରିକେଟ ମୈଦାନର ସେ ଧୂରନ୍ଦର । ବିପକ୍ଷଙ୍କୁ ଗୋଟି ଚଳାଇ ମାତ୍ ଦେବାରେ ସେ ମାହିର । ଷ୍ଟମ୍ପ ପଛରେ ରହି ରଚନ୍ତି ଚକ୍ରବ୍ୟୁହ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ୨୦୧୯ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ନେଇଥିଲେ ଅବସର । ହେଲେ ଏବେ ବି ଜାରି ମହେନ୍ଦ୍ର ସିଂହ ଧୋନିଙ୍କ ଜଲଓ୍ୱା । IPLରେ ମଚାଉଛନ୍ତି ଧୂମ୍ । 

IPL ୨୦୨୩ରେ ଛାଡିଦେଇଥିଲେ କମାଣ୍ଡ । ତଥାପି ଦଳ ସହ ଜାରି ରହିଛି ଯାତ୍ରା । ସୁପର କିଙ୍ଗ୍ସର ସେ ସୁପର ପାଓ୍ୱାର । ଏତେ ସିଜନ ବିତିଗଲାଣି ତଥାପି ଚେନ୍ନାଇ ସହ ଅଛନ୍ତି ମାହୀ । ଯାହା ଲାଗୁଥିଲା ଯେ ୨୦୨୪ ତାଙ୍କର ହେବ ଶେଷ ସିଜିନ୍ । ୨୪ ସରିଲା ୨୫ରେ ବି ସେଇ ସମାନ ଚର୍ଚ୍ଚା । ବୋଧହୁଏ ଆଉ ଖେଳିବେନି ମାହୀ । କିନ୍ତୁ ତାଙ୍କ ସାଥୀ କ୍ରିକେଟରଙ୍କ ବୟାନ ପରେ ସମସ୍ତେ ତାଜୁବ୍ । CSKର ପୂର୍ବତନ କ୍ରିକେଟର କରିଛନ୍ତି ଏମିତି କିଛି ଆକଳନ । 


ଉତ୍ଥାପାଙ୍କ କହିଲେ ୨୦୨୯ ଯାଏଁ ଖେଳିବେ ମାହୀ । ସେ ପାରଙ୍ଗମ, ତାଙ୍କର ଦକ୍ଷତା ବି ଅଛି । ଯଦି ସେ ଚାହିଁବେ ଖେଳିବେ । ନିକଟରେ ସାକ୍ଷାତକାରରେ ରବୀନ କହିଥିଲେ ଏମିତି କିଛି । ରବୀନ କହିଥିଲେ ଯଦି ଦକ୍ଷତା ଓ ଆଗ୍ରହ ଅଛି । ତେବେ ମୁଁ ଭାବୁନାହିଁ ଯେ କାହାକୁ ଅଟକାଇବା ଉଚିତ। ଯଦି ସେ ଏହି ସିଜନ ପରେ ଅବସର ନିଅନ୍ତି, ତେବେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ। କିନ୍ତୁ ଯଦି ସେ ପରବର୍ତ୍ତୀ ୪ ସିଜିନ୍ ପାଇଁ ଖେଳନ୍ତି, ତଥାପି ଚକିତ ହେବେନି । ସେତିକି ନୁହେଁ, ତାଙ୍କ କହିବା କଥା ଧୋନିଙ୍କ ଫିଟନେସ୍ ପୂର୍ବ ଭଳି ନାହିଁ । କାରଣ ୨୦୨୪ରେ ଧୋନୀ କରିଥିଲେ ଆଣ୍ଠୁରେ ଅସ୍ତ୍ରୋପଚାର । ଗତ ଦୁଇଟି ସିଜିନରେ ଖେଳିଛନ୍ତି ସେ କେବଳ ୧୩୦ଟି ବଲ୍ । 

ଉତ୍ଥାପାଙ୍କ କହିବା କଥା ଗତ ସିଜନରେ ଦେଖିବାକୁ ମିଳିଥିଲା ଧୋନୀ ଧମାକା । ଖେଳିଥିଲେ ସତ କିନ୍ତୁ ସାଥ୍ ଦେଇନଥିଲା ଶରୀର । ତାଙ୍କ ବ୍ୟାଟିଂ ଅର୍ଡ଼ରକୁ ନେଇ ଉଠିଥିଲା ପ୍ରଶ୍ନ । ଷ୍ଟ୍ରାଇକ୍‌ ରେଟ୍ ଭଲ ଥାଇଁ ଧୋନୀ ଆସୁଥିଲେ ସେଭେନ୍ ଡାଉନ୍‌ରେ । ଏମିତିକି ଅଣ୍ଟା ଓ ଆଣ୍ଠୁରେ ଯନ୍ତ୍ରଣା ସତ୍ତ୍ୱେ ଜାରି ରଖିଥିଲେ କିପିଂ । ଧୋନୀଙ୍କ ମନରେ କଣ ଚାଲୁଛି ତାହା ତାଙ୍କୁ ଜଣା ବୋଲି ସ୍ପଷ୍ଟ କରିଛନ୍ତି ରବୀନ । ତାଙ୍କର ସବୁକିଛି କରିବାର ନିଜସ୍ୱ ଢଙ୍ଗ ଅଛି, ସେ ସଫଳ ବି ହୁଅନ୍ତି ବୋଲି ଯୁକ୍ତି ବାଢିଛନ୍ତି ପୂର୍ବତନ ସିଏସ୍‌କେ ଖେଳାଳି । ଦରକାର ପଡିଲେ  ୨୦୨୯ ଯାଏଁ ଖେଳିପାରିବେ ବୋଲି ଚର୍ଚ୍ଚା ହେଉଛି । 

୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସିଜିନ । ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ହେବ ମୁକାବିଲା । ଏବେଠୁ ପ୍ରସ୍ତୁତ କଲେଣି ଧୋନି ଧୂରନ୍ଧର । ୪୩ ବର୍ଷୀୟ ଧୋନି ୧୦ ମାସ ପରେ କ୍ରିକେଟ ପଡ଼ିଆରେ ଦେଖାଇବେ ଜଲଓ୍ୱା । ହେଲେ ଏବେଠୁ ବୁଲିଲାଣି ହେଲିକପ୍ଟର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.