ବାଲିଯାତ୍ରା ୨୦୨୫
LIVE TV

ଭାରତରେ ବିକ୍ରି ହେଉଥିବା ୬୪ କୋଟି ଲିଟର ଦୁଗ୍ଧରୁ ୫୦ କୋଟି ଅପମିଶ୍ରିତ, ସତର୍କ କଲେ WHO

NEWS7
ms-dhoni-gets-offer-from-shane-warne-to-play-with-eng-team

ନୂଆଦିଲ୍ଲୀ ୧୩।୧୧: ନକଲୀ ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟୀ ଭାରତରେ ମାନବ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ତାଜା ରିପୋର୍ଟ ଭାରତରେ ନକଲୀ ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟ ଉପରୁ ପର୍ଦ୍ଦା ହଟାଇଛି। ରିପୋର୍ଟ ଅନୁସାରେ ଭାରତରେ ଦୈନିକ ୬୪ କୋଟି ଲିଟର ଦୁଗ୍ଧ ବିକ୍ରି ହେଉଛି। ତେବେ ଏଥିରୁ ୫୦ କୋଟି ଲିଟର ଅପମିଶ୍ରିତ ଓ ନକଲୀ ବୋଲି ରିପୋର୍ଟରେ କୁହାଯାଇଛି। ଏପରି ଦୁଗ୍ଧ ସେବନ ମାନବ ସ୍ୱାସ୍ଥ୍ୟ ଲୋଗି କ୍ଷତି କାରକ ଓ ଏହାର ଉପଯୋଗ କ୍ୟାନସର ଭଳି ରୋଗର କାରଣ ହୋଇପାରେ ବୋଲି ସଙ୍ଗଠନ ସତର୍କ କରାଇଛନ୍ତି।

ସୂଚନା ଅନୁସାରେ ପଞ୍ଜାବରେ ୨୫ଲକ୍ଷ ଗାଈ ଓ ୪୦ ଲକ୍ଷ ମଇଁଷି ଅଛନ୍ତି। ଏହା ହେଉଛି ସରକାରୀ ତଥ୍ୟ, ହେଲେ ଦୁଗ୍ଧ ଦେଉଥିବା ପଶୁଙ୍କ ସଂଖ୍ୟା ରାଜ୍ୟରେ ବହୁତ କମ୍। ପଞ୍ଜାବରେ ଦୈନିକ ୧୬ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି। ରାଜ୍ୟରେ ଉତ୍ପାଦିତ ଦୁଗ୍ଧର ୬୦%ଲୋକେ ନିଜ ଘରୋଇ ଉପଯୋଗ କରୁଛନ୍ତି। ବଳକା ୪୦% ଦୁଗ୍ଧକୁ ଦହୀ, ଲହୁଣୀ, ପନିର, ପ୍ୟାକେଜଡ୍ ଦୁଗ୍ଦ ଓ ଗୁଣ୍ଡ ଦୁଗ୍ଧ ପାଇଁ ଉପଯୋଗ କରାଯାଉଛି।

ଭାରତୀୟ ଖାଦ୍ୟ ସୁରକ୍ଷା ଓ କ୍ୱାଲିଟି ଯାଞ୍ଚ ପ୍ରାଧିକରଣ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରେ ରାଜ୍ୟର ୩୭% ଦୁଗ୍ଧ ନମୁନା ଶୁଦ୍ଧତା ଯାଞ୍ଚରେ ଫେଲ ହୋଇଛି। ଅଧିକ ଲାଭ ଆଶାରେ ଦେଶର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁଗ୍ଧ ବିକ୍ରେତା ଆରାରୁଟ, ରଙ୍ଗ, ୱାସିଂପାଉଡର ଓ ଗ୍ଲୁକୋଜ ତଥା ମିଲ୍କ ପାଉଡରରୁ ଦୁଗ୍ଧ ପ୍ରସ୍ତୁତ କରି ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛନ୍ତି। ଦେଶରେ ନକଲୀ ଦୁଗ୍ଧ ବିକ୍ରି ଯୋଗୁ ଅସଲୀ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀଙ୍କୁ ସେମାନଙ୍କ ଖୀରର ମୂଲ୍ୟ ମିଳୁ ନାହିଁ। ଏଣୁ ଗ୍ରାମାଞ୍ଚଳରେ ଲୋକେ ଏବେ ଲାଭ ହେଉନଥିବାରୁ ଗାଈଗୋରୁ ବିକ୍ରି କରିଦେଉଛନ୍ତି।

ଅନ୍ୟପଟେ ଦେଶରେ ନକଲୀ ଦୁଗ୍ଧ ବ୍ୟବସାୟ ବଢିବା ଯୋଗୁ ଲୋକେ ଏପରି ଦୁଗ୍ଧ ଉପଯୋଗ କରି ନାନା ରୋଗରେ ପୀଡିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚିତ କରିଛନ୍ତି। ଏବେ ଦେଶରେ ନକଲୀ ଦୁଗ୍ଧ ପ୍ରସାର ଯୋଗୁ ଲୋକେ ଯେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ସେଥିରେ କ୍ୟାନସର, ଡାୟବେଟିଜ୍, ହାଇବ୍ଲଡ ପ୍ରେସର, ଡିପ୍ରେସନ, ଥାଇରଏଡ ଓ ପେଟ ବେମାରୀ ହେଉଛି। ଏଣୁ ଏପରି ଦୁଗ୍ଧ ପ୍ରସାର ରୋକିବା ଲାଗି ଭାରତ ସରକାରଙ୍କୁ ସତର୍କ କରାଇଛନ୍ତି।