ନୂଆଦିଲ୍ଲୀ: ଆମେରିକା ଇରାନର ତିନି ପରମାଣୁ ଠିକଣାକୁ ଟାର୍ଗେଟ୍ କରିଥିଲା । ଆମେରିକାର ମୁଖ୍ୟ ଟାର୍ଗେଟ୍ ଥିଲା ପୋର୍ଡୋ ନ୍ୟୁକ୍ଲିୟର ସାଇଟ୍, ଯାହା ଭୂପୃଷ୍ଠରୁ ଶହ ଶହ ଫୁଟ୍ ତଳେ ରହିଛି । ଆମେରିକାର ଏହି ଆକ୍ରମଣରେ ଫୋର୍ଡୋ ସାଇଟ୍କୁ ବ୍ୟାପକ କ୍ଷତି ପହଞ୍ଚିଛି । ବିସ୍ଫୋରଣ ପରେ ସାଇଟ୍ର ପ୍ରବେଶ ପଥରେ ବାଲିରେ ଆବଦ୍ଧ ହୋଇଛି । ସାଟେଲାଇଟ୍ ଫଟୋରୁ ଏହି କ୍ଷତି ଦୃଶ୍ୟମାନ ହେଉଛି । ଇରାନ କିନ୍ତୁ ଏବେ ସୁଦ୍ଧା ପରମାଣୁ ଘାଟିର କ୍ଷତି ବାବଦରେ କୌଣସି ବୟାନ ଦେଇ ନାହିଁ ।
ଆସୋସିଏଟେଡ୍ ପ୍ରେସ୍ ରବିବାର ଫୋର୍ଡୋ ସାଟେଲାଇଟ୍ର ଫଟୋର ଏକ ବିଶ୍ଲେଷଣ କରିଛି । ଏହା ଅନୁସାରେ ଆମେରିକାର ଏୟାର ଷ୍ଟ୍ରାଇକ୍ ପରେ ଫୋର୍ଡୋରେ ଇରାନରେ ଭୂମି ତଳେ ଥିବା ପରମାଣୁ ଆଡ୍ଡାର ପ୍ରବେଶ ଦ୍ୱାରାକୁ ବ୍ୟାପକ କ୍ଷତି ପହଞ୍ଚିଛି । ପ୍ଲାନେଟ୍ ଲ୍ୟାବ୍ ପିବିସି ଦ୍ୱାରା ନିଆଯାଇଥିବା ଫଟୋରେ ଫୋର୍ଡୋ ତଳେ ଥିବା ପାହାଡ଼କୁ କ୍ଷତି ପହଞ୍ଚିଥିବା ଦେଖିବାକୁ ମିଳୁଛି ।
On June 21, 2025, President Trump announced that the U.S. had targeted Iran’s Fordow nuclear facility with GBU-57A/B bunker-busting bombs. High-resolution satellite imagery from June 22 confirms visible damage at the site following the strike.
— Aadil Brar (@aadilbrar) June 22, 2025
Source: @osc_london pic.twitter.com/RIcJOcAfSl
ଆମେରିକାର ଆକ୍ରମଣରେ ଏହି ସାଇଟ୍କୁ ଯିବାକୁ ଥିବା ସୁଡ଼ଙ୍ଗ ବନ୍ଦ ହୋଇଯାଇଛି । ଏହି ପ୍ରବେଶ ସୁଡ଼ଙ୍ଗ ବନ୍ଦ ହେବା ଦ୍ୱାରା ଇରାନ କୌଣସି ବି ସାମଗ୍ରୀ ଏଠାରେ ପହଞ୍ଚାଇ ପାରିବନି । ଆମେରିକାର ଆକ୍ରମଣ ପରେ ପାହାଡ଼ର ରଙ୍ଗ ବଦଳିଥିବା ସାଟେଲାଇଟ୍ ଫଟୋରେ ଜଣାପଡୁଛି । ଏପରି ପୂର୍ବ ଫଟୋ ସହ ତୁଳନାରେ କଲେ ବର୍ତ୍ତମାନ ଅନେକ ପରିବର୍ତ୍ତନ ଆସିଛି । ମାଟିର ବିଶାଳ ଆକାରକୁ ଦେଖିଲେ ଜଣାପଡ଼ୁଛି ଯେ, ଆକ୍ରମଣ ପାଇଁ ଆମେରିକା ଶକ୍ତିଶାଳୀ ବଙ୍କର ବଷ୍ଟର ବୋମାକୁ ବ୍ୟବହାର କରିଛି ।
ଇରାନର ଫୋର୍ଡୋ ଫୁଏଲ୍ ଏନରିଚ୍ମେଣ୍ଟ ପ୍ଲାଣ୍ଟ ହେଉଛି ଭୂତଳ ୟୁରେନିୟମ କେନ୍ଦ୍ର, ଯାହା ପାହାଡ଼ର ଶହ ଶହ ଫୁଟ ତଳେ ରହିଛି । ଇରାନର ପରମାଣୁ କାର୍ଯ୍ୟକ୍ରମ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେରିକା ଫୋର୍ଡୋ ସହ ନତାଞ୍ଜ ଓ ଇସ୍ଫହାନକୁ ବି ଟାର୍ଗେଟ୍ କରିଛି । ନତାଞ୍ଜ ହେଉଛି ଇରାନର ମୁଖ୍ୟ ସମୃଦ୍ଧି କେନ୍ଦ୍ର, ଯେଉଁଠାରେ ହଜାର ହଜାର ସେଣ୍ଟ୍ରିଫ୍ୟୁଜ୍ କାମ କରନ୍ତି । ଇସ୍ଫହାନ ହେଉଛି ଏକ ୟୁରାନିୟମ ରୂପାନ୍ତରଣ ପ୍ଲାଣ୍ଟ, ଯେଉଁଠାରେ ଗ୍ୟାସ ରୂପାନ୍ତର ଠାରୁ ଆରମ୍ଭ କରି ଇନ୍ଧନ ରଡ୍ ପର୍ଯ୍ୟନ୍ତ ସବୁକିଛି ତିଆରି କରାଯାଏ ।