ସୌମ୍ୟାଶ୍ରୀଙ୍କୁ ହରାଇ ନିସ୍ତବ୍ଦ, ନିର୍ବାକ ପରିବାର: ବାହୁନି କାନ୍ଦୁଛି ପଳାସିଆ

Published By : Prameya-News7 Bureau | July 15, 2025 IST

ଭୁବନେଶ୍ୱର ୧୫/୦୭: ସରିଗଲା ସବୁକିଛି । ନିମିଷକେ ମାଟିରେ ମିଶିଲା ପରିବାରର ଖୁସି । ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛି ପୁରା ଗାଁ । ପଳିସିଆ ଗାଁ ମଣାଶୀରେ ହୋଇଛି ଶେଷକୃତ୍ୟ । ଭାଙ୍ଗିପଡ଼ିଛି ପୂରା ପରିବାର । ଛାତିପିଟି କାନ୍ଦୁଛି ଜେଜେ ମା' । ପାଗେଳି ହୋଇଯାଇଛି ଜନ୍ମଦାତ୍ରୀ । କେବଳ ମାଆ ବୁଢି ମାଆ ବି ଅସ୍ତବ୍ୟସ୍ତ । 

ଆଉ ଜନ୍ମଦାତା କଥା ନକହିବା ଭଲ । ବଢ଼ିଲା ଝିଅକୁ ହରାଇ ବାପା ପାଲଟିଯାଇଛି ମୁକ । ସେପଟେ ଭଉଣୀକୁ ହରାଇ ବେସହାରା ଭାଇ । ଏହି ଛାତିଫଟା ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଳୁହ । ମା'କୁ ବୁଝାଇବା ପାଇଁ ପାଖରେ ଅନ୍ୟ ପରିବାର ସଦସ୍ୟ ଅଛନ୍ତି ସତ କିନ୍ତୁ ମା' ମନକୁ କିଏ ବା ବୁଝାଇବ... ସେ ଏବେ ବି ବିଶ୍ବାସ କରିପାରୁନି ତା ଝିଅ ଆଉଁ ଏ ଦୁନିଆରେ ନାହିଁ ।


ଝିଅ ଜନ୍ମ ପରେ ଯୋଉଘରେ ଥିଲା କଖୁସିର ଲହରୀ । ଆଜି ସେ ଘରେ ଛାଇଯାଇଛି ନୀରବତା । ଖାସ୍ କରି ଯିଏ ଜନ୍ମ କରିଛି ତାକୁ କେତେ ବାଧୁଥିବ । ହୃଦୟ ନିଶ୍ଚୟ ଫାଟିଯାଉଥିବ । ଝିଅ ଏବେ ପରପାରୀରେ । ତଥାପି ବିଶ୍ୱାସ କରୁନି ମାଆ । କହୁଛି ମୋ ଝିଅ ମରିନି, ଝିଅ ନିଶ୍ଚୟ ଫେରିବ ବୋଲି କହି ଛାତି ପିଟି କାନ୍ଦୁଛି । ମା' ଜାଣିସାରିଛି କି ଝିଅ ମରିଯାଇଛି ସେ ଆଉ ଫେରିବନି, କିନ୍ତୁ ମନ ମାନୁନି... ମା' ମନ କହୁଛି ମୋ ଝିଅ ନିଶ୍ଚୟ ଫେରିବ । ଲୁହ ଭିଜା ଆଖି ଜାଣିସାରିଛି ଝିଅ ଆଉ ଫେରିବନି, କିନ୍ତୁ ଓଠ କହୁଛି ମୋ ଧନକୁ ଫେରାଇ ଆଣ... ମା'ର ଏ ଅବସ୍ଥା କଥା କେହି ବୁଝିପାରିବେ ନାହିଁ । ୧୦ମାସ ୧୦ଦିନ ଗର୍ଭରେ ରଖି ଜନ୍ମ କରିଥିବା ପିଲାକୁ ହରାଇବା କେତେଯେ କଷ୍ଟ ତାହା କେବଳ ଜଣେ ମା' ହିଁ ଜାଣିଛି... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.