ବିବାଦ ଭିତରେ କପିଳନାଥ ସାହାଣମେଲା ଦର୍ଶନ : ପଶିଲେନି ଖୁଣ୍ଟିଆ ସେବାୟତ, ନୀତିକାନ୍ତି କଲେ ମଲିଆ ସେବାୟତ

NEWS7
mother-beating-child-in-konark

ଭୁବନେଶ୍ବର ୨୨।୨: ସ୍ୱାଭାବିକ ହେଲା କପିଳନାଥଙ୍କ ନୀତିକାନ୍ତି । ଖୁଣ୍ଟିଆ ସେବାୟତ ମନ୍ଦିରକୁ ପ୍ରବେଶ ନ କରିବାରୁ ମଲିଆ ସେବାୟତ ସମସ୍ତ ନୀତିକାନ୍ତି ସମାପନ କରିଛନ୍ତି । ସାହାଣମେଲା ଦର୍ଶନ ଦେଉଛନ୍ତି କପିଳନାଥ ।

ଏ ଖବର ବି ପଢ଼ନ୍ତୁ:- ସରକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିନାହାନ୍ତି, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ପକାଇ ରଖିବା ଆମ ଉଦ୍ଦେଶ୍ୟ ନୁହେଁ

ସୂଚନାଯୋଗ୍ୟ ଯେ, ଶନିବାର ଠାରୁ କପିଳେଶ୍ବର ମନ୍ଦିରରେ ମଲିଆ-ଖୁଣ୍ଟିଆ ସେବାୟତ ବିବାଦ ଲାଗି ରହିଥିଲା । ପ୍ରଶାସନର ନିୟମକୁ ଫୁ କରି ଉଡେଇ ଦେଉଛନ୍ତି ଖୁଣ୍ଟିଆ ସେବାୟତ । ହାଣ୍ଡିଭଙ୍ଗା ଯାତକୁ ନେଇ ଉଭୟ ଲିଙ୍ଗରାଜ ଓ କପିଳନାଥ ମନ୍ଦିରରେ ସେବାୟତ ବିବାଦ ଦେଖିବାକୁ ମିଳିଥିଲା । ତେବେ ଗୋଟିଏ ଗୋଟିଏ ନୀତିକାନ୍ତି ସାରି ସେମିତି ସାରାରାତି ଉପାସରେ ଉଜାଗର ରହିଥିଲେ ଲିଙ୍ଗରାଜ ଓ କପିଳନାଥ । ପ୍ରଶାସନ ତାଗିଦ କରିବା ସତ୍ତ୍ବେ ମାନିନଥିଲେ ସେବାୟତ, ସମସ୍ତ ନୀତିକାନ୍ତି ବନ୍ଦ କରିଥିଲେ । ସକାଳେ ଲିଙ୍ଗରାଜଙ୍କ ନୀତି ସ୍ୱାଭାବିକ ହୋଇଥିବା ବେଳେ କପିଳନାଥ କିନ୍ତୁ ସେମିତି ରହିଥିଲେ । ବହୁ ସମୟ ବିଳମ୍ବ ପରେ ବାଧ୍ୟ ହୋଇ ମଲିଆ ସେବାୟତ ନୀତିକାନ୍ତି ଆରମ୍ଭ କରିଥିଲେ । ହେଲେ ମନ୍ଦିରକୁ ଖୁଣ୍ଟିଆ ସେବାୟତ ଆସି ନଥିବା ସୂଚନା ରହିଥିଲା । ସେପଟେ କାହିଁକି ମନ୍ଦିର ଆସୁନାହାନ୍ତି ସେ ନେଇ ପ୍ରତିକ୍ରିୟା ରଖିନାହାନ୍ତି ଖୁଣ୍ଟିଆ ସେବାୟତ ।